ରିପୋର୍ଟ କାର୍ଡ / ଭୁବନେଶ୍ବର
‘ସୁଭଦ୍ରା’ର ୪ର୍ଥ ପର୍ଯ୍ୟାୟ କିସ୍ତି ଟଙ୍କା ନେଇ ସୋମବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି,ବର୍ତ୍ତମାନ ପାଇଁ ୪ର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି । ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ୪ର୍ଥ ପର୍ଯ୍ୟାୟ ସ୍ଥଗିତ ରଖାଯାଇଛି । ସବୁ ପ୍ରକାର ଯାଞ୍ଚ ସରିଲେ, ୪ର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବା ନେଇ ଆଶା କରାଯାଉଛି । ‘ସୁଭଦ୍ରା’ ଯୋଗ୍ୟ ମହିଳା ବଞ୍ଚିତ ଥିଲେ ପୋର୍ଟାଲରେ ଅଭିଯୋଗ କରନ୍ତୁ । ଏନେଇ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଯଦି ବାୟୋମେଟ୍ରିକରେ ଇ-କେୱାଇସି ଶେଷ ଦେଖାଯାଉଛି । ଅଚିନ୍ତା ରୁହନ୍ତୁ । ଓଟିପି ଜରିଆରେ ଇ- କେୱାଇସି କରିଥିଲେ ମଧ୍ୟ ବାୟୋମେଟ୍ରିକ କରନ୍ତୁ । ଇ-କେୱାଇସି ଅପଡେଟ୍ ନଥିବାରୁ ୫ ଲକ୍ଷ ୧୧ ହଜାର ଆବେଦନ ପଡି ରହିଛି । ଗାଁରେ ବର୍ତ୍ତମାନ ଫିଲ୍ଡ ଭେରିଫିକେସନ ଚାଲିଛି, ସମସ୍ତେ ସହଯୋଗ କରନ୍ତୁ । ବ୍ଲକ ଅଫିସ୍, ସରପଞ୍ଚ ଓ ଅଙ୍ଗନବାଡି କର୍ମୀଙ୍କୁ ଅଭିଯୋଗ ଜଣାନ୍ତୁ । ମଣ୍ଡିରେ ୫ ଏକର ଜମି ଥିବା ଦର୍ଶାଇଥିଲେ ରିଜେଷ୍ଟ ଲିଷ୍ଟରେ ନାଁ ଆସିବ । ଭୁଲବଶତଃ ଉଲ୍ଲେଖ କରିଥିଲେ ପୋର୍ଟାଲ ଜରିଆରେ ଅଭିଯୋଗ କରନ୍ତୁ । ନିଜ ଆଡୁ ଓହରିଥିବା ୩୧ ହଜାର ଆବେଦନକାରୀଙ୍କୁ ପୁଣି ସୁଯୋଗ ମିଳିବ । ଭୁଲବଶତଃ ଓହରି ଯାଇଥିଲେ ଫିଲ୍ଡ ଭେରିଫିକେସନ ବେଳେ ଜଣାନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
More Stories
ସ୍କୁଲ ଶିକ୍ଷାରେ ବଡ଼ ପରିବର୍ତ୍ତନ,୫ମ-୮ମ ରେ ଫେଲ୍ ହେଲେ ଫେଲ…..
ରାଜ୍ୟରେ ବସିବ ୩ ରାଡାର୍….
ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା ବିଜେଡି……