ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଫିଲିପାଇନ୍ସ ମାଉଣ୍ଟ କାନଲାଓନ ଆଗ୍ନେୟଗିରି ଚାରିପାଖରେ ଥିବା ୬ କିଲୋମିଟର ବିପଦ ପୂର୍ଣ୍ଣ ଅଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାନ୍ତର କାର୍ଯ୍ୟ ଶେଷ କରିବାକୁ ସେଠାକାର ସରକାର ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମ ଭିସାୟାସରେ ବେସାମରିକ ପ୍ରତିରକ୍ଷା କାର୍ଯ୍ୟାଳୟର ନିର୍ଦ୍ଦେଶକ ରାଉଲ ଫର୍ଣ୍ଣାଣ୍ଡିଜ୍ ଏହି ନିର୍ଦ୍ଦେଶ ନାମା ଜାରି କରିଛନ୍ତି। ଶ୍ରୀ ଫର୍ଣ୍ଣାଣ୍ଡିଜ୍ ସୂଚନା ଦେଇଛନ୍ତି ଯେ, ବିପର୍ଯ୍ୟୟ ପରିସ୍ଥିତିରେ ଜୀବନ ବଞ୍ଚାଇବା ପାଇଁ ସରକାର ଏକ ବ୍ୟାପକ ସ୍ଥାନାନ୍ତର ରଣନୀତି କାର୍ଯ୍ୟକାରୀ କରିଛନ୍ତି। ଆଗ୍ନେୟଗିରି ଆଖପାଖ ଗାଁରୁ ୪୫ ହଜାରରୁ ଅଧିକ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଡିସେମ୍ବର ୯ ତାରିଖରେ ଫିଲିପାଇନ୍ସର ନେଗ୍ରୋସ ଦ୍ୱୀପରେ ଥିବା କାନଲାଓନ ଆଗ୍ନେୟଗିରିରେ ଅଗ୍ନି ଉଦଗୀରଣ ଆରମ୍ଭ ହୋଇଥିଲା। ଏହା ଯୋଗୁ ୪ ହଜାର ମିଟର ଉଚ୍ଚ ପର୍ଯ୍ୟନ୍ତ ଧୂଆଁର ବଳୟ ସୃଷ୍ଟି ହୋଇଛି।






More Stories
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….
କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର…..