ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଏକ ଏକ୍ସ ପୋଷ୍ଟ୍ ଜରିଆରେ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ଯେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତରେ ବିପ୍ଳବ ଆଣିଥିବା ଜଣେ ପ୍ରକୃତ ପ୍ରତିଭା ଭାବରେ ତାଙ୍କୁ ସ୍ମରଣ କରାଯିବ। ହୁସେନଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ମୋଦୀ ଲେଖିଛନ୍ତି, ‘‘କିମ୍ବଦନ୍ତୀ ତବଲା ମାଷ୍ଟ୍ରୋ, ଉସ୍ତାଦ୍ ଜାକିର ହୁସେନ୍ ଜୀଙ୍କ ଦେହାନ୍ତରେ ଗଭୀର ଦୁଃଖିତ। ତାଙ୍କୁ ଜଣେ ପ୍ରକୃତ ପ୍ରତିଭା ଭାବରେ ସ୍ମରଣ କରାଯିବ। ଯିଏ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତରେ ବିପ୍ଳବ ଆଣିଥିଲେ। ସେ ତାଙ୍କର ଅପୂର୍ବ କଳାରେ ଲକ୍ଷ ଲକ୍ଷ ଲୋକଙ୍କୁ ଆକର୍ଷିତ କରି ତାବଲାକୁ ବିଶ୍ୱ ସ୍ତରରେ ପରିଚିତ କରାଇଥିଲେ। ଏହାରି ମାଧ୍ୟମରେ ସେ ଭାରତୀୟ ଶାସ୍ତ୍ରୀୟ ପରମ୍ପରାକୁ ବିଶ୍ୱ ସଙ୍ଗୀତ ସହିତ ନିରବଚ୍ଛିନ୍ନ ଭାବରେ ମିଶ୍ରଣ କଲେ, ଯାହା ଫଳରେ ତବଲା ସାଂସ୍କୃତିକ ଏକତାର ଆଇକନ୍ ହୋଇଗଲା। ତାଙ୍କର ପ୍ରଦର୍ଶନ ସଂଗୀତପ୍ରେମୀଙ୍କ ପାଇଁ ପ୍ରେରଣା ଯୋଗାଇବ। ତାଙ୍କ ପରିବାର, ବନ୍ଧୁ ଏବଂ ବିଶ୍ୱ ସଂଗୀତ ସମ୍ପ୍ରଦାୟକୁ ମୋର ହୃଦୟରୁ ସମବେଦନା।’’






More Stories
ବିଜେଡିକୁ ବାହୁଡ଼ିବେ ଅରବିନ୍ଦ!…..
ରାଜଧାନୀରେ ଯୁବତୀଙ୍କୁ ଅପହରଣ : ଜଣେ ଗିରଫ…..
ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ…..