ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସର୍ମ୍ପକୀୟ ଭାଇକୁ ପ୍ରେମ କରି ଜଣେ ମହିଳା ନିଜ ନବ ବିବାହିତ ସ୍ବାମୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ହେଉଛି ଗୁଜୁରାଟୀ ଗାନ୍ଧୀନଗରର। ବାହାଘରର ମାତ୍ର ୪ ଦିନ ପରେ ଏପରି ଅଭାବନୀୟ ଘଟଣା ଘଟିଛି। ସଂପର୍କୀୟ ଭାଇର ପ୍ରେମରେ ଉବୁଡୁବୁ ମହିଳା ସ୍ବାମୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ ଅହମ୍ମଦାବାଦର ବୈଭିକ ପାୟଲକୁ ବିବାହ କରିଥିଲେ। ପାୟଲ ନିଜ ସମ୍ପୀକୀୟ ଭାଇର ପ୍ରେମରେ ପଡିବା ସହ ତା ସହ ମିଶି ହତ୍ୟା ଷଡ଼ଯନ୍ତ୍ର କରିଥିଲା । ତେବେ ଦୀର୍ଘ ଘଂଣ୍ଟା ଧରି ବୈଭିକଙ୍କ କୌଣସି ସୂଚନା ନ ମିଳିବା ପରେ ପୋଲିସକୁ ଖବର ଦେଇଥିଲେ ପରିବାର। ପରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଛାନଭିନରେ ସତ୍ୟ ସାମ୍ନାକୁ ଆସିଛି । ଅପହରଣ ପରେ କାର ଭିତରେ ହତ୍ୟା କରି କେନାଲରେ ଫିଙ୍ଗିଥିଲେ ଅଭିଯୁକ୍ତ।






More Stories
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….
କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର…..