ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିରିଆରେ ଗୃହଯୁଦ୍ଧ ପରେ ରାଷ୍ଟ୍ରପତି ବଶର ଅଲ ଅସଦ ରୁଷିଆ ଶରଣରେ ପଶିଛନ୍ତି । ଏହାରି ଭିତରେ ଏକ ବଡ଼ ଖୁଲାସା ହୋଇଛି । ରୁଷ ଯିବା ପୂର୍ବରୁ ଅସବ ପ୍ରାୟ ୨୦୦ ମିଲିୟନ ୟୁରୋ ସିରିଆରୁ ମସ୍କୋ ଟ୍ରାନ୍ସଫର କରିଛନ୍ତି । ୨୦୧୮ରୁ ସେ ଏହି ଅର୍ଥରାଷି ମସ୍କୋ ଟ୍ରାନ୍ସଫର ପ୍ରକ୍ରିୟା ଆରମ୍ଭ କରିଥିଲେ। ଗୃହଯୁଦ୍ଧ ଜାରି ରହିଥିବା ସମୟରେ ଅସଦ ବହୁ ପରିମାଣରେ ଅର୍ଥରାଶି ସିରିଆ ବାହାରକୁ ପଠାଇଥିବା ଜଣାପଡିଛି । କୁହାଯାଉଛି ପାଖାପାଖି ଦୁଇ ଟନ ଓଜନର ୧୦୦ ଓ ୫୦୦ ୟୁରୋର ନୋଟକୁ ମସ୍କୋ ସ୍ଥାନାନ୍ତର କରିଛନ୍ତି ଅସଦ। ଏହି ଅର୍ଥ ସିରିଆର ସେଣ୍ଟ୍ରାଲ ବ୍ୟାଙ୍କରୁ ରୁଷିଆର ରିଜର୍ଭ ବ୍ୟାଙ୍କକୁ ପଠାଯାଇଛି । ଏନେଇ ଚାଞ୍ଚଲ୍ୟକର ଖୁଲାସା ଅନ୍ତଜାତୀୟ ଗଣମାଧ୍ୟମରେ ହୋଇଛି ।






More Stories
ହିମସ୍ଖଳନ; ୧୨ ପର୍ବତାରୋହୀ ମୃତ, ୬ ନିଖୋଜ…..
୧୧ରେ ମୋଦି-ପୁଟିନ୍ ଦ୍ୱିପାକ୍ଷିକ ଆଲୋଚନା…..
ବାନ୍ଧବୀଙ୍କୁ ଗାଡ଼ି ଚଢାଇ ମାରିଦେଲେ!…..