ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ସଂସଦକୁ ଆସିବ ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ବିଲ୍। ଲୋକସଭାରେ ଆଗତ ହେବ ଏକକ ନିର୍ବାଚନ ବିଧେୟକ। ପ୍ରାୟ ମଧ୍ୟାହ୍ନ ବେଳକୁ ଏହା ଉପସ୍ଥାପିତ ହେବ ବୋଲି ସୂଚନା ମିଳିଛି। ସେପଟେ ଆଜି ଗୃହରେ ଉପସ୍ଥିତ ରହିବାକୁ ଦଳର ସମସ୍ତ ଲୋକସଭା ସାଂସଦଙ୍କୁ ୩ ଧାଡ଼ିଆ ହ୍ୱିପ୍ ଜାରି କରିଛି ବିଜେପି । ଲୋକସଭାରେ କିଛି ଗୁରୁତ୍ୱପୂର୍ଣ୍ଣ ବିଧାୟୀ ଚର୍ଚ୍ଚା ଓ ପାରିତ କରିବାର କାର୍ଯ୍ୟକ୍ରମ ଥିବାରୁ ସମସ୍ତଙ୍କୁ ଉପସ୍ଥିତ ରହିବାକୁ ଏବଂ ସରକାରଙ୍କ ସପକ୍ଷରେ ସମର୍ଥନ ଦେବାକୁ ବିଜେପି ସଂସଦୀୟ ଦଳ ପକ୍ଷରୁ ଜାରି ଏହି ହ୍ୱିପ୍ରେ ଉଲ୍ଲେଖ ଅଛି। ଆଜି ଲୋକସଭାରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ଆଗତ କରିବେ ଆଇନମନ୍ତ୍ରୀ ମେଘୱାଲ । ପରେ ଏହା ଉପରେ ଅଧିକ ଆଲୋଚନା କରିବା ପାଇଁ ଏହାକୁ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ପାଖକୁ ପଠାଇବାକୁ ସେ ଅନୁରୋଧ କରିବେ। ଏହାର ଅଧ୍ୟକ୍ଷ ଜଣେ ବିଜେପି ସାଂସଦ ରହିବେ। ସେହିପରି କମିଟିରେ ଆଉ କେଉଁମାନେ ରହିବେ, ତା’ର ତାଲିକା ଆଜି ଲୋକସଭା ବାଚସ୍ପତି ଓମ ବିର୍ଲା ସ୍ପଷ୍ଟ କରିବେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..