ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଲେକ୍ଟ୍ରିକ୍ ସ୍କୁଟରରେ ଲୁଚା ଯାଇଥିବା ବୋମା ବିସ୍ଫୋରଣରେ ରୁଷ୍ର ରାସାୟନିକ ଓ ଜୈବିକ ସୁରକ୍ଷା ମୁଖ୍ୟଙ୍କର ମୃତ୍ୟୁ ହୋଇଛି। ଜାଣିବାକୁ ମିଳିଛି ଯେ ମଙ୍ଗଳବାର ମସ୍କୋରେ ଆଣବିକ ସୁରକ୍ଷା ବାହିନୀର ତଦାରଖ କରୁଥିବା ଜଣେ ବରିଷ୍ଠ ଜେନେରାଲଙ୍କୁ ଇଲେକ୍ଟ୍ରିକ୍ ସ୍କୁଟରରେ ବୋମା ଖଞ୍ଜାଯାଇ ହତ୍ୟା କରାଯାଇଛି ବୋଲି ରୁଷ୍ର ଅନୁସନ୍ଧାନ କମିଟି ଦର୍ଶାଇଛି। ସେ ହେଉଛନ୍ତି ରୁଷ୍ର ଆଣବିକ, ରାସାୟନିକ ଓ ଜୈବିକ ସୁରକ୍ଷାର ସୈନ୍ୟବାହିନୀର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଇଗୋର କିରିଲୋଭ। କିରିଲୋଭଙ୍କୁ କ୍ରେମଲିନରୁ ପ୍ରାୟ ୭ କିଲୋମିଟର ଦକ୍ଷିଣ-ପୂର୍ବରେ ଅବସ୍ଥିତ ରିଆଜାନସ୍କି ପ୍ରୋସପେକ୍ଟରେ ଥିବା ଏକ ଆପାର୍ଟମେଣ୍ଟ କୋଠା ନିକଟରେ ହତ୍ୟା କରାଯାଇଥିବା ସୂଚନା ରହିଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..