ରିପୋର୍ଟ କାର୍ଡ / ନବରଙ୍ଗପୁର
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବିଇଓଙ୍କ ଅଫିସର ସେକ୍ସନ ଅଫିସର ରଞ୍ଜିତ କୁମାର ଷଡ଼ଙ୍ଗୀ। ତାଙ୍କଠାରୁ ୧୦ ହଜାର ଟଙ୍କା ଜବତ କରାଯାଇଛି। ସେକ୍ସନ ଅଫିସର ରଞ୍ଜିତ କୁମାର ଷଡ଼ଙ୍ଗୀ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାମଚନ୍ଦ୍ର ସାହୁଙ୍କ ପେନ୍ସନ୍ କାମ କରିଦେବାକୁ ଲାଞ୍ଚ ମାଗିଥିଲେ। ୨୦୧୧ରୁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ସାହୁଙ୍କ ପେନସନ କାମ ସେକ୍ସନ ଅଫିସର ରଞ୍ଜିତ କୁମାର ଷଡ଼ଙ୍ଗୀଙ୍କ ପାଖରେ ଅଟକି ରହିଥିଲା। ପେନସନ କାମ ଆଗେଇ ନେବାକୁ ସେ ଶ୍ରୀ ସାହୁଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେକ୍ସନ ଅଫିସର ଶ୍ରୀ ଷଡ଼ଙ୍ଗୀ ଲାଞ୍ଚ ମାଗିବା ପରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ସାହୁ ଅନ୍ୟ କୌଣସି ଉପାୟ ନପାଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ପ୍ରକାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜଣଙ୍କ ଆଜି ସେକ୍ସନ ଅଫିସର ଶ୍ରୀ ଷଡ଼ଙ୍ଗୀଙ୍କୁ ଲାଞ୍ଚ ବାବଦକୁ ୧୦ ହଜାର ଟଙ୍କା ଦେଇଥିଲେ। ସେ ଲାଞ୍ଚ ଅର୍ଥ ଗ୍ରହଣ କରିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା। ଲାଞ୍ଚ ନେଇ ଧରାପଡ଼ିବା ପରେ ସେକ୍ସନ ଅଫିସର ଶ୍ରୀ ଷଡ଼ଙ୍ଗୀ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ଏହି ଘଟଣାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି।






More Stories
ଜିଲ୍ଲା ଯୋଜନା ବୋର୍ଡ ପାଇଁ ଅଧ୍ୟକ୍ଷ ନିଯୁକ୍ତ…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..