ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଜ୍ଞାନ ପିପାସୁ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ସମ୍ମାନ ଓ ଅନୁଦାନ ପ୍ରାପ୍ତ ହେବେ। ହାରିଲେ ମ୍ରିୟମାଣ ହେବେନି କି ଜିତିଲେ ଉତ୍ଫୁଲ୍ଲିତ ହେବେ ନାହିଁ।
ବୃଷ: ନିଜର ଜ୍ଞାନାଲୋକରେ ପରିବାରର ଦୁଃଖ ରୂପୀ ଅମା ଅନ୍ଧକାରକୁ ଆଲୋକିତ କରିବେ। ସରକାରୀ ଅର୍ଥ ପାଇ ଦୟାଧର୍ମରେ ଦୀକ୍ଷିତ ହୋଇ ଦୁଃଖୀରଙ୍କୀଙ୍କର ପୃଷ୍ଠପୋଷକ ହେବେ। କର୍ମଚଞ୍ଚଳ ରହିବେ।
ମିଥୁନ: କର୍ମର ପ୍ରଭାବ ଆପଣଙ୍କୁ ଭାଗ୍ୟବାନ୍ କରାଇପାରେ। ସୌଭାଗ୍ୟବତୀ ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ହ କରିପାରନ୍ତି। ସୁଖ, ଶାନ୍ତିରେ ରହିବେ।
କର୍କଟ:ଆକସ୍ମିକଭାବେ ସାମ୍ନାକୁ ଆସୁଥିବା ବିପଦକୁ ଡରିଲେ ସେ ଡରାଇବ; ମାତ୍ର ତା’ର ମୁକାବିଲା କଲେ ସେ ଲୁଚିଯିବ। ତଥାପି ସତର୍କତା ଆବଶ୍ୟକ। ଆତ୍ମ ମୂଲ୍ୟାଙ୍କନ ଦ୍ବାରା ବ୍ୟକ୍ତିତ୍ବର ବିକାଶ ସମ୍ଭବ।
ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଆନନ୍ଦ ଦାୟକ ହେବ। ବିପଦରେ କାତର କିମ୍ବା ସମ୍ପଦରେ ଅଧୀର ନ ହେବା ସ୍ଥିତପ୍ରଜ୍ଞର ଲକ୍ଷଣ ଆପଣଙ୍କଠାରେ ଅଛି। ସେବା ମନୋଭାବର ହୋଇପାରନ୍ତି।
କନ୍ୟା:ଶତ୍ରୁମାନେ ଆପଣଙ୍କୁ ଠିକ୍ଭାବେ ବୁଝି ପାରି ଶତ୍ରୁତାରୁ ଓହରି ଯାଇପାରନ୍ତି। ଭ୍ରାତୃତ୍ବର ନୀବିଡ଼ ବନ୍ଧନରେ ଅନୁବନ୍ଧିତ ହୋଇପାରନ୍ତି। ଈଶ୍ବର ବିଶ୍ବାସରୁ ଶାଶ୍ବତ ଶାନ୍ତିର ସନ୍ଧାନ ମିଳିବ। ତପସ୍ବୀ ହେବେ।
ତୁଳା: ଅଧ୍ୟୟନରତ ହୋଇ ଜ୍ଞାନ ସିନ୍ଧୁ ପାଲ୍ଟି ଯାଇପାରନ୍ତି। ଧନ ଲକ୍ଷ୍ମୀ ବରଦାୟିକା ଅଟନ୍ତି। ଆଶାକୁ ଜୀବନର ଆଧାର କରିପାରନ୍ତି। ସମାଜସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ।
ବିଛା: ଉତ୍ତମ ବ୍ୟବହାର, ପରମ ଶୁଦ୍ଧ, ରୀତିନୀତି, ନୈତିକ ପରିପୂର୍ଣ୍ଣତା ଓ ଦିବ୍ୟ ଜ୍ଞାନ ଆପଣଙ୍କୁ ସଂସ୍କୃତି ସମ୍ପନ୍ନ କରିପାରେ। ବାସସ୍ଥଳୀର ନିର୍ମାଣ ଉପରେ ଧ୍ୟାନ ଦେଇପାରନ୍ତି। ଯାନବାହନ ସୁଖ ମିଳିବ।
ଧନୁ: ପ୍ରତ୍ୟେକ କାର୍ଯ୍ୟରେ ଗୃହଲକ୍ଷ୍ମୀ ଆପଣଙ୍କ ପ୍ରେରଣାର ଉତ୍ସ ହୋଇପାରନ୍ତି। ସାରସ୍ବତ ସାଧନାର ଅମୃତମୟ ସୃଷ୍ଟିକୁ ଲୋକଲୋଚନକୁ ଆଣିବେ। କର୍ମ ନିପୁଣତା ଆର୍ଥିକ ସ୍ଥିତକୁ ସୁଦୃଢ଼ କରିବ। ସୁସ୍ଥ ରହିବେ।
ମକର: ତ୍ୟାଗପୂତ ମନୋବୃତ୍ତିର ହେବେ; ଯେହେତୁ ତ୍ୟାଗ, ଜୀବନ ଶୋଧନର ରାଜମାର୍ଗ। ଚିତ୍ରବାନ୍ ବ୍ୟକ୍ତିଭାବେ ମାନବିକତାର ପ୍ରତୀକ ହୋଇପାରନ୍ତି। ଧନାଗମ ହେବ। ସହିଷ୍ଣୁ ଓ ସତ୍ ଚରିତ୍ର ହେବେ।






More Stories
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ…..
ସୁଖୀ ରହିବେ…..
ସଂଯମତା ରକ୍ଷା କରନ୍ତୁ…..