ରିପୋର୍ଟ କାର୍ଡ / ଭୁବନେଶ୍ବର
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ ଗୋଟିଏ କମ୍ପାନୀ ସଶସ୍ତ୍ର ପୋଲିସ। ତିଆରି ହେବ ୧୩୧ ଜଣିଆ ଏକ ଡେଡିକେଟେଡ୍ ଆର୍ମଡ୍ ପୋଲିସ ରିଜର୍ଭ କମ୍ପାନୀ । ଏଥିପାଇଁ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖି ଜଣାଇଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ। ତିଆରି ହେବାକୁ ଥିବା ଏହି କମ୍ପାନୀରେ ଜଣେ କମାଣ୍ଡାଣ୍ଟ, ଜଣେ ଇନସପେକ୍ଟର, ୩ ସବ୍-ଇନସପେକ୍ଟର, ୩ ଆସିଷ୍ଟାଣ୍ଟ ସବ୍ ଇନସପେକ୍ଟର, ୩୦ ହାବିଲଦାର, ୩ ଡ଼୍ରାଇଭର ହାବିଲଦାର, ୮୭ ସିପାହୀ ଓ ୩ ଡ୍ରାଇଭର ରହିବେ | ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବ। ଏହି କମ୍ପାନୀର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବ। କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଗୋଟେ କମ୍ପାନୀ ଆର୍ମଡ୍ ପୁଲିସ୍ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି।
More Stories
ରାଜ୍ୟରେ ବସିବ ୩ ରାଡାର୍….
ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା ବିଜେଡି……
ନୂଆ କଟ୍ ଅଫ୍ ମାର୍କ ସ୍ଥିର କରି ୨ୟ ମେରିଟ୍ ଲିଷ୍ଟ ପାଇଁ ନିର୍ଦ୍ଦେଶ…..