Report Card Odisha

| Daily Odia News

ହଷ୍ଟେଲ ବାଥରୁମ୍‌ରୁ ମିଳିଲା ଛାତ୍ରୀଙ୍କ ମୃତଦେହ….

ରିପୋର୍ଟ କାର୍ଡ / କଳାହାଣ୍ଡି

ହଷ୍ଟେଲ ବାଥରୁମ୍‌ରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। କଳାହାଣ୍ଡି ଜିଲ୍ଲା ମା’ ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଠାବ କରାଯାଇଛି। ମୃତ ଛାତ୍ରୀ ଜଣଙ୍କ ଥୁ.ରାମପୁର ରାମପୁର ବ୍ଳକ ଅନ୍ତର୍ଗତ ବିରିକୋଟ ଗାଁର ତୋଫାଲି ନାଏକ। ଛାତ୍ରୀ ଜଣଙ୍କ ଯୁକ୍ତ ୨ ପ୍ରଥମ ବର୍ଷ ପଢ଼ୁଥିଲେ। ଆଜି ସକାଳେ ଛାତ୍ରୀ ଜଣଙ୍କ ବାଥରୁମ୍‌ ଯାଇଥିଲେ। ହେଲେ ବିଳମ୍ବିତ ସମୟ ପର୍ଯ୍ୟନ୍ତ କବାଟ ଖୋଲିନଥିଲେ। ଏନେଇ ସହପାଠୀମାନଙ୍କର ସନ୍ଦେହ ହୋଇଥିଲା। କବାଟ ବାଡ଼େଇ ଛାତ୍ରୀଙ୍କୁ ଡାକିଥିଲେ। ହେଲେ ଛାତ୍ରୀର ଜଣଙ୍କ କବାଟ ଖୋଲି ନଥିଲେ। ଏନେଇ ସହପାଠୀମାନେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏସଂପର୍କରେ ପୁଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚି ଛାତ୍ରୀଙ୍କୁ ହଷ୍ଟେଲରୁ ଉଦ୍ଧାର କରିଛି। ଛାତ୍ରୀଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ। ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।ଏହାସହ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ମଧ୍ୟ ଖବର ଦିଆଯାଇଛି।

Breaking News