ରିପୋର୍ଟ କାର୍ଡ / ଭୁବନେଶ୍ବର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ପ୍ରଦାନ କରିଛନ୍ତି। ଓଡ଼ିଶା କେନ୍ଦ୍ର ସରକାରଙ୍କ ଫୋକସରେ ରହିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନ ଓଡ଼ିଶାରେ ରହିଥିଲେ। ପୁଣି ଜାନୁଆରୀରେ ୨ ଥର ରାଜ୍ୟଗସ୍ତ ଆସିବେ। ମନମୋହନ ସାମଲ କହିଛନ୍ତି ଗୃହମନ୍ତ୍ରୀ ଡ଼ିସେମ୍ବର ୨୮, ୨୯ ଏବଂ ୩୦ ମଧ୍ୟରେ ଦୁଇ ଦିନିଆ ଗସ୍ତରେ ଆସିବେ। ଭୁବନେଶ୍ବରରେ ବିଧାୟକଙ୍କ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗଦେବେ। ଏହା ସହିତ ସମ୍ବଲପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିବା ମନମୋହନ ସାମଲ ସୂଚନା ପ୍ରଦାନ କରିଛନ୍ତି। ଗୃହମନ୍ତ୍ରୀ କେତେକ ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ବୋଲି ମନମୋହନ ସାମଲ କହିଛନ୍ତି ।କାର୍ଯ୍ୟକ୍ରମ ଚୂଡ଼ାନ୍ତ ପରେ ସୂଚନା ଦିଆଯିବ ବୋଲି ବିଜେପି ରାଜ୍ୟ ସଭାପତି କହିଛନ୍ତି।






More Stories
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..