ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁରୁବାର ସଂସଦରେ ଘଟିଥିବା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ସଂପର୍କିତ ବୟାନକୁ ନେଇ ଗୁରୁବାର ସଂସଦରେ ଉତ୍ତେଜନା ଦେଖାଦେଇଥିଲା। ଏହି ଉତ୍ତେଜନା ମଧ୍ୟରେ ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲିଦେଇଥିଲେ। ଫଳରେ ଉକ୍ତ ସାଂସଦ ଜଣକ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପରେ ପଡ଼ି ଯାଇଥିଲେ। ଏହି ଧକ୍କାରେ ଗୁରୁତର ଆହତ ହୋଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ବିଜେପି ସାଂସଦ କିରନ ରିଜିଜୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ସଂସଦ ଦ୍ବାରା ନିକଟରେ ରାଜନୈତିକ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏଥିରେ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁକେଶ ରାଜପୁତଙ୍କୁ ଆଘାତ ଲାଗିଛି। ଏହି ଘଟଣାକୁ ନେଇ ମୁଁ କହିବି ରାହୁଲ କୌଣସି ବ୍ୟକ୍ତିଙ୍କ ଉପରେ ବଳର ପ୍ରୟୋଗ କିପରି କରି ପାରିବେ। କେଉଁ ନିୟମ ଆଧାରରେ ସାଂସଦଙ୍କ ଉପରକୁ ଶାରୀରିକ ଭାବେ ଆକ୍ରମଣ କରିବାର ତାଙ୍କର ସାହାସ ହେଲା? ରାହୁଲ ହେଉଛନ୍ତି ଜଣେ ମାର୍ସଲ ଆର୍ଟ ଏକିଡୋରେ ବ୍ଲାକ ବେଲ୍ଟ ପ୍ରାପ୍ତ। କ’ଣ ରାହୁଲ ଅନ୍ୟ ସାଂସଦଙ୍କୁ ହରାଇବା ପାଇଁ କରାଟେ, କୁଙ୍ଗ ଫୁ ଶିଖିଛନ୍ତି।
More Stories
ବିମାନ ଦୁର୍ଘଟଣା,୧୦ ମୃତ୍ୟୁ…..
ଆସୁଛି ଆଉ ଏକ ଲଘୁଚାପ,୨୪ରୁ ବର୍ଷା…..
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ…..