ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ଗୁରୁଗ୍ରାମସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଓମ୍ ପ୍ରକାଶ ଇଣ୍ଡିଆନ ନ୍ୟାସନାଲ ଲୋକଦଳର ଅଧ୍ୟକ୍ଷ ଥିବା ବେଳେ ୫ ଥର ହରିୟାଣାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ। ଓମ୍ପ୍ରକାଶଙ୍କ ପିତା ଥିଲେ ଚୌଧୁରୀ ଦେବୀଲାଲ। ସେ ହରିୟାଣାର ପୂର୍ବ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଭାରତର ଉପ ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଦେବୀଲାଲଙ୍କ ୫ ସନ୍ତାନ ମଧ୍ୟରୁ ଓମ୍ପ୍ରକାଶ ଚୌତାଲା ସବୁଠୁ ବଡ଼ ଥିଲେ। ଦେବୀଲାଲ ଡେପୁଟି ପ୍ରଧାନମନ୍ତ୍ରୀ ପଦରେ ବସିବା ପରେ ବଡ଼ ପୁଅ ଓମ୍ପ୍ରକାଶ ଚୌତାଲା ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେଲେ। ନିଜ ଜୀବନ କାଳ ମଧ୍ୟରେ ସେ ୫ ଥର ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ। ଓମ୍ ପ୍ରକାଶ ଚୌତାଲାଙ୍କ ଶିକ୍ଷାଗତ ଯୋଗ୍ୟତା କିନ୍ତୁ ବେଶି ନ ଥିଲା। ତେଣୁ ୮୭ ବର୍ଷ ବୟସରରେ ସେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….