ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କୁଏତର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ମୁବାରକ ଅଲ କବୀର’ରେ ସମ୍ମାନିତ ହୋଇଛନ୍ତି। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୌଣସି ଦେଶ ଦ୍ଵାରା ପ୍ରଦାନ କରାଯାଇଥିବା ୨୦ତମ ଅନ୍ତର୍ଜାତୀୟ ସମ୍ମାନ। ବନ୍ଧୁତ୍ୱର ପ୍ରତୀକ ଭାବରେ ରାଷ୍ଟ୍ର ମୁଖ୍ୟ, ବିଦେଶୀ ଶାସକ ଏବଂ ବିଦେଶୀ ରାଜ ପରିବାରର ସଦସ୍ୟମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ପୂର୍ବରୁ ବିଲ୍ କ୍ଲିଣ୍ଟନ, ପ୍ରିନ୍ସ ଚାର୍ଲ୍ସ ଏବଂ ଜର୍ଜ ବୁଶ୍ଙ୍କ ଭଳି ନେତାମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କୁଏତର ବାୟନ୍ ପ୍ୟାଲେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଏହି ସମାରୋହରେ କୁଏତର ଆମୀର, ଶେଖ୍ ମେଶାଲ ଅଲ-ଅହମଦ ଅଲ-ଜାବେର ଅଲ-ସବା ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଶେଖ୍ ମେଶାଲ ଅଲ-ଅହମଦ ଅଲ-ଜାବେର ଅଲ-ସବାଙ୍କ ନିମନ୍ତ୍ରଣରେ ଦୁଇ ଦିନିଆ କୁଏତ ଗସ୍ତରେ ଯାଇଛନ୍ତି। ୪୩ ବର୍ଷ ମଧ୍ୟରେ ଏହା ହେଉଛି କୁଏତକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..