Report Card Odisha

| Daily Odia News

ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା ବିଜେଡି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

୨୦୨୪ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ବିଜେଡି ଅଭିଯୋଗ କରିଛି | ଭାରତୀୟ ନିର୍ବାଚନ କମିସନଙ୍କ ପାଖରେ ଫେରାଦ ହୋଇଛି ବିଜେଡି | ଆଜି ଭାରତୀୟ ନିର୍ବାଚନ କମିସନଙ୍କୁ ଭେଟି ସ୍ମାରକପତ୍ର ଦେଲା ପରେ ବିଜେଡି ସଂସଦୀୟ ଟିମ୍ ଅପରାହ୍ଣରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ସୂଚନା ଦେଇଛି।  ବିଜେଡି କହିଛି ,ଓଡ଼ିଶାରେ ଗତ ଲୋକସଭା ଓ ବିଧାନସଭା ନିର୍ବାଚନରେ କିଛି ଆସନରେ ଭୋଟ୍ ତାରତମ୍ୟ ଦେଖାଯାଇଛି। ଇଭିଏମ୍‌ରେ ପଡ଼ିଥିବା ଭୋଟ୍ ଓ ଗଣତି ଭୋଟିଂରେ ତାରତମ୍ୟ ଦେଖାଯାଇଛି। ସନ୍ଧ୍ୟା ୫ଟା ଓ ରାତି ୧୧ଟା ୪୫ର ଭୋଟ୍ ଗଣତି ମଧ୍ୟରେ ପାର୍ଥକ୍ୟ ଦେଖିବାକୁ ମିଳିଛି। ୨୦୦୦ ମସିହାରୁ ଭୋଟ୍ ହେଉଥିଲେ ମଧ୍ୟ ଏତେ ତାରତମ୍ୟ ଦେଖାଯାଉ ନଥିଲା। କିନ୍ତୁ ନିର୍ଦ୍ଦିଷ୍ଟ କେତୋଟି ସଂସଦୀୟ ଓ ବିଧାନସଭା କ୍ଷେତ୍ରକୁ ନେଇ ଆମେ ଅଭିଯୋଗ ଆଣିଛୁ। ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ମାଗିଲେ ମିଳୁନାହିଁ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ସୁଲତା ଦେଓ ଉପସ୍ଥିତି ଥିଲେ। ଅମର ପଟ୍ଟନାୟକ କହିଛନ୍ତି ,ଲୋକସଭା ଓ ବିଧାନସଭା ନିର୍ବାଚନରେ କିଛି ଆସନରେ ଭୋଟ୍ ତାରତମ୍ୟ ଦେଖାଯାଇଛି। ଇଭିଏମ୍‌ରେ ପଡ଼ିଥିବା ଭୋଟ୍ ଓ ଗଣତି ଭୋଟିଂରେ ତାରତମ୍ୟ ଦେଖାଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ମାଗିଲେ ମିଳୁନାହିଁ।

Breaking News