ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ବ୍ୟାଡ଼ମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରବିବାର ଉଦୟପୁରରେ ସେ ଭେଙ୍କଟ ଦତ୍ତା ସାଇଙ୍କୁ ବିବାହ କରିଛନ୍ତି। ପରିବାର ଓ ଘନିଷ୍ଠ ଲୋକଙ୍କ ଉପସ୍ଥିତିରେ ସାତ ଜନ୍ମ ପାଇଁ ଏଠାକି ହୋଇଛନ୍ତି ଏହି ଦମ୍ପତି। କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ ସିନ୍ଧୁଙ୍କ ବାହାଘର ସମୟର ଏକ ଫଟୋ ‘ଏକ୍ସ’ରେ ଶେୟାର କରିଛନ୍ତି। ଏଥିସହ ସେ ଲେଖିଛନ୍ତି, ‘‘ରବିବାର ସନ୍ଧ୍ୟାରେ ଉଦୟପୁରରେ ଭେଙ୍କଟ ଦତ୍ତା ସାଇଙ୍କ ସହ ଆମର ବ୍ୟାଡମିଣ୍ଟନ ଚମ୍ପିଆନ ଅଲିମ୍ପିଆନ ପିଭି ସିନ୍ଧୁଙ୍କ ବିବାହ ଉତ୍ସବରେ ଯୋଗ ଦେଇ ଅତ୍ୟନ୍ତ ଖୁସି ଲାଗିଲା। ମୁଁ ଏହି ଦମ୍ପତିଙ୍କୁ ସେମାନଙ୍କର ନୂତନ ଜୀବନ ପାଇଁ ଶୁଭେଚ୍ଛା ଏବଂ ଆଶୀର୍ବାଦ ଦେଲି।’’






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..