Report Card Odisha

| Daily Odia News

ରାଜ୍ୟରେ ଗଡ଼ିବ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗ୍ରୀନ ହାଇଡ୍ରୋଜେନ୍ ବସ୍‌ ରାଜ୍ୟରେ ଗଡିବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ବସ୍‌ ନର୍ଦ୍ଦମା ପାଣିରୁ ଗଡିବ | ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ଗ୍ରୀନ ହାଇଡ୍ରୋଜେନ ବସ୍‌ ଗଡ଼ିବା ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ। ଖୁବ୍ ଶୀଘ୍ର ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ପୁରୀ ମଧ୍ୟରେ ଗଡିବ ଏହି ବସ୍‌। ଏନେଇ ଲୋକସେବା ଭବନରେ ଏକ MoU ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ୍ ସହ NTPC Ltd. , GRIDCO Ltd. ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୩ଟି ବସ୍‌ ଚଳାଚଳ କରିବ। ଉପମୁଖ୍ୟ ମନ୍ତ୍ରୀ ତଥା ଶକ୍ତି ବିଭାଗ ମନ୍ତ୍ରୀ କେଭି ସିଂଦେଓ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ତେବେ ହାଇଡ୍ରୋଜେନ୍ ପ୍ରସ୍ତୁତି ନିମନ୍ତେ NTPC କୁ ରାଜ୍ୟ ସରକାର ଗାଡକଣଠାରେ ଏକ ଜାଗା ପ୍ରଦାନ କରିଛନ୍ତି। ଯେଉଁଠି ନର୍ଦ୍ଦମା ଜଳରୁ ହାଇଡ୍ରୋଜେନ୍ ପ୍ରସ୍ତୁତ କରିବ NTPC। ତେବେ ଥରକେ ବସ୍‌ରେ ୫୮ କେଜି ହାଏଡ୍ରୋଜେନ୍ ଭର୍ତ୍ତି ହୋଇ ପାରିବ। ଏବଂ ଥରକେ ବସ୍‌ଟି ୬୦୦ କିମି ଯାଏ ଯାତ୍ରା କରିବ। ବସ୍‌ର ଦାମ ପ୍ରାୟ ୨ କୋଟି ଟଙ୍କା ରହିବ ବୋଲି ସୂଚନା ଦେଇଛନ୍ତି NTPC କର୍ତ୍ତୃପକ୍ଷ।

Breaking News