ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାରା ଦେଶରେ କୋହଲା ପାଗ ସାଙ୍ଗକୁ ହାଡଭଙ୍ଗା ଶୀତ ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରି ପକାଉଛି । ହିମାଚଳପ୍ରଦେଶରେ ବରଫ ବର୍ଷା ଜାରି ରହିଛି। ବଡ ଦିନ ଏବଂ ନୂଆବର୍ଷ ପାଳନ ଲାଗି ମନାଲି ଯାଇଥିବା ଶହ ଶହ ପର୍ଯ୍ୟଟକ ସେଠାରେ ଫସି ରହିଛନ୍ତି। ସୋଲାଙ୍ଗରୁ ଅଟଳ ଟନେଲ ମଧ୍ୟରେ ପ୍ରାୟ ଶହ ଶହ ଗାଡିମୋଟର ଅଟକି ରହିଥିବା ଦେଖିବାକୁ ମିଳିଛି। ୭୦୦ ରୁ ଅଧିକ ଗାଡିକୁ ଉଦ୍ଧାର କରାଯାଇଛି। ଡିସେମ୍ବର ୮ ତାରିଖରେ ଏଠାରେ ପ୍ରଥମ ତୁଷାରପାତ ହୋଇଥିଲା। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ହୋଇଥିବା ବରଫ ବର୍ଷା ପର୍ଯ୍ୟଟକଙ୍କୁ ବେଶୀ ଆକୃଷ୍ଟ କରିଛି। ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାଳନ କରିବା ଲାଗି ପ୍ରତିଦିନ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି।






More Stories
୨୦ରୁ ସଂସଦର ମୌସୁମୀ ଅଧିବେଶନ…..
ରାମ ମନ୍ଦିରରୁ ଚୋରି ଘଟଣା ଦୁଃଖଦାୟକ…..
ଯେକୌଣସି ମୁହୁର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ…..