ରିପୋର୍ଟ କାର୍ଡ / ଭବାନୀପାଟଣା
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଏଏସ୍ଆଇ ମୁକୁନ୍ଦ ଖେମୁଣ୍ଡୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଗୋଇରାପଦର ପ୍ରଭା ପୂଝାରୀଙ୍କ ଠାରୁ ଏକ ମାମଲା ରଫାଦଫା କରିବା ପାଇଁ ସ୍ଥାନୀୟ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କ ମାଧ୍ୟମରେ ୩୫ ଶହ ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଟଙ୍କା ନେବା ବେଳେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ବିଭାଗ ମାଡିବସିଥିଲା। ହେଲେ ଏଏସ୍ଆଇ ଖେମୁଣ୍ଡୁ ଭିଜିଲାନ୍ସ ବିଭାଗକୁ ଚକ୍ମା ଦେଇ ଥାନାରୁ ଚମ୍ପଟ ମାରିଥିଲେ। ଭିଜିଲାନ୍ସ ବିଭାଗ ୩୫ ଶହ ଟଙ୍କା ଜବତ କରି ଗ୍ରାମରକ୍ଷୀଙ୍କୁ ଅଟକ ରଖି ଏଏସ୍ଆଇଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।






More Stories
କ୍ଷମା ମାଗିଲା ଅନଲାଇନ୍ ଡ୍ରାଇଭର ସଂଘ;ଆମେ ଗୁଣ୍ଡା ନୁହେଁ…..
୨୮ ରେ ମିଳିବ ସୁଭଦ୍ରା ଟଙ୍କା…..
ଗାଡ଼ିକୁ ପରିମିଟ୍ ଫି’ ଛାଡ଼…..