ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶ୍ୱାନଙ୍କ ସହଯୋଗୀ ହୁଲାସ ପାଣ୍ଡେଙ୍କ ତିନିଟି ଠିକଣାରେ ଆଜି ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ | ପାଟନା, ବେଙ୍ଗାଲୁରୁ ଓ ଦିଲ୍ଲୀରେ ଏହି ଚଢ଼ାଉ କରାଯାଇଛି। କିଛି ଆର୍ଥିକ ଅନିୟମିତତାରେ ଲୋକ ଜନଶକ୍ତି ପାର୍ଟି (ରାମ ବିଳାଶ)ର ଅନ୍ୟତମ ପ୍ରମୁଖ ନେତା ହୁଲାସ ପାଣ୍ଡେ ଫସିଥିବା ଜଣାପଡ଼ିଛି। ତେବେ ପ୍ରକୃତ ଘଟଣାଟି ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ରେଡ୍ ଜାରି ରହିଥିବା ବେଳେ ଇଡି ପକ୍ଷରୁ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ। ଆଜି ସକାଳୁ ଏହି ଚଢ଼ାଉ କରାଯାଇଛି। ପାଟନା, ବେଙ୍ଗାଲୁରୁ ଓ ଦିଲ୍ଲୀରେ ଥିବା ତାଙ୍କ ସଂପତ୍ତିଗୁଡ଼ିକୁ ଭଲ ଭାବେ ଯାଞ୍ଚ କରାଯାଉଛି। ଏଥିରେ ସେମାନଙ୍କୁ ସ୍ଥାନୀୟ ପୋଲିସ ସହଯୋଗ କରୁଛି। କୁହାଯାଏ, ପାଣ୍ଡେ ହେଉଛନ୍ତି ଚିରାଗ ପାଶ୍ୱାନଙ୍କ ଜଣେ ଘନିଷ୍ଠ ସହଯୋଗୀ। ୨୦୧୨ରେ ଘଟିଥିବା ଏକ ହତ୍ୟାକାଣ୍ଡରେ ସିବିଆଇ ତାଙ୍କୁ ମାଷ୍ଟରମାଇଣ୍ଡ ଦର୍ଶାଇ ଚାର୍ଜଶିଟ୍ ଦାଖଲ କରିବା ପରେ ୨୦୨୩ ଡିସେମ୍ବର ମାସରେ ଲୋକ ଜନଶକ୍ତି ପାର୍ଟି (ରାମ ବିଳାଶ)ର ସଂସଦୀୟ ବୋର୍ଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ହୁଲାସ ପାଣ୍ଡେ।






More Stories
ବଢିବ ଫାସ୍ଟାଗ୍ ବାର୍ଷିକ ଦେୟ…..
ଅଧାରେ ଅଟକିଲା ରୁକୁଣା ରଥ: ଆଜି ଅପରାହ୍ନରେ ରଥଟଣା…..
ରିଙ୍କୁ ଉପଅଧିନାୟକ….