Report Card Odisha

| Daily Odia News

ଜର୍ମାନ ସଂସଦ ଭଙ୍ଗ, ଫେବୃଆରୀ ୨୩ରେ ନିର୍ବାଚନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚାନ୍ସେଲର ଓଲାଫ୍ ସ୍କୋଲଜଙ୍କ ତ୍ରିମୁଖୀ ମେଣ୍ଟ ଭାଙ୍ଗିବା ପରେ ଶୁକ୍ରବାର ଜର୍ମାନୀ ରାଷ୍ଟ୍ରପତି ଫ୍ରାଙ୍କ-ୱାଲ୍ଟର ଷ୍ଟେନମେଇର ଦେଶର ସଂସଦର ନିମ୍ନ ସଦନକୁ ଭଙ୍ଗ କରିଛନ୍ତି। ଫଳରେ ୨୦୨୫ ଫେବ୍ରୁଆରି ୨୩ ତାରିଖରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ବାଟ ଖୋଲିଛି। ବର୍ଲିନରେ ଏକ ଭାଷଣରେ ଷ୍ଟେନମେଇର କହିଛନ୍ତି ଯେ ବର୍ତ୍ତମାନ ଭଳି କଠିନ ସମୟରେ ସ୍ଥିରତା ପାଇଁ ସଂସଦରେ କାର୍ଯ୍ୟ କରିବାରେ ସକ୍ଷମ ଏବଂ ବିଶ୍ୱସନୀୟ ସଂଖ୍ୟାଗରିଷ୍ଠତା ଥିବା ସରକାର ଆବଶ୍ୟକ। ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ କାମଚଳା ସରକାରର ନେତୃତ୍ୱ ନେଉଥିବା ସୋସିଆଲ ଡେମୋକ୍ରାଟ୍ ନେତା ଓଲାଫ୍ ସ୍କୋଲଜ ଚଳିତ ମାସ ପ୍ରାରମ୍ଭରେ ସଂସଦରେ ଆସ୍ଥା ଭୋଟରେ ପରାଜିତ ହୋଇଥିଲେ।

Breaking News