Report Card Odisha

| Daily Odia News

ରାଜଧାନୀରେ ସିରିଜ୍‌ ଦୁର୍ଘଟଣା,୭ ଆହତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ଜାଭିଅର କଲେଜ ସମ୍ମୁଖରେ ସିରିଜ୍‌ ଦୁର୍ଘଟଣା ଘଟିଛି। ପଛକୁ ପଛ ପିଟି ହେଲା କାର୍‌। ସ୍କୁଲ ଭ୍ୟାନ୍‌କୁ ପିଟାଲା କାର। ଆଉ ସ୍କୁଲ ଭ୍ୟାନ୍‌ ପିଟିହେଲା ଅଟୋରେ। ଅଟୋ ଦୁଇଟି ବାଇକ୍‌ରେ ପିଟି ହୋଇଯାଇଥିଲା। ଏଥିରେ ୭ ଜଣ ଗୁରୁତର ଆହତହୋଇଛନ୍ତି। ଏଥିରେ ଜଣେ ଶିଶୁ ଥିବା ଜଣାପଡ଼ିଛି। ସମସ୍ତଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଜଣେ ମଦ୍ୟପ ଚାଳକଙ୍କ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। କାର୍‌ ଭିତରୁ ମଦ୍ୟପ ଚାଳକଙ୍କୁ ଟାଣିଆଣି ମାରିଥିଲେ ସ୍ଥାନୀୟ ଲୋକେ।ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି | ପୋଲିସ କାର୍‌ ଚାଳକଙ୍କୁ ଅଟକ ରଖିଛି। ସ୍ଥାନୀୟ ଲୋକେ କ୍ଷତିପୁରଣ ଦାବିରେ ଆଦିରେ ଅଡ଼ି ବସିଥିବା ବେଳେ ପୋଲିସ ବୁଝାସୁଝା କରୁଥିବା ଜଣାପଡିଛି |

Breaking News