ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୧ ଦିନର ଛକାପଞ୍ଝା ପରେ ଟ୍ରାଙ୍କୁଲାଇଜ୍ ହେଲା ବାଘୁଣୀ ଜିନ୍ନତ। ପଶ୍ଚିମବଙ୍ଗ ବାଙ୍କୁଡା ଜିଲ୍ଲାରେ ବନ ବିଭାଗ ଟିମ୍ ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଛି। ଓଡିଶା ଏବଂ ପଶ୍ଚିମବଙ୍ଗ ବନ ବିଭାଗ ଟିମ୍ ଗତ ୨୦ ତାରିଖରୁ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରି କାବୁ କରିବାକୁ ଉଦ୍ୟମ ଜାରି ରଖିଥିଲେ। ତେବେ ରବିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଏଥିରେ ସଫଳତା ମିଳିଛି। ଟ୍ରାଙ୍କୁଲାଇଜ୍ ପରେ ଜିନ୍ନତକୁ ଅଚେତ୍ ଅବସ୍ଥାରେ ଯନ୍ତା ପୁରାଇ ଆଲିପୁର ଚିଡିଆଖାନାକୁ ନିଆଯାଇଛି। ସେଠାରେ ତାର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ। ସ୍ଵାସ୍ଥ୍ୟବସ୍ଥା ଠିକ୍ ଥିଲେ ସମସ୍ତ ଆନ୍ତଃରାଜ୍ୟ ବନ୍ୟଜନ୍ତୁ ସ୍ଥାନାନ୍ତର ପ୍ରକ୍ରିୟା ସାରି ବାଘୁଣୀକୁ ପଶ୍ଚିମବଙ୍ଗରୁ ପୁଣି ଶିମିଳିପାଳକୁ ଅଣାଯିବ। ଏ ନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୂଚନା ଦେଇଛନ୍ତି।






More Stories
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……
ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି…..
ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ…..