ରିପୋର୍ଟ କାର୍ଡ / ଭୁବନେଶ୍ବର
ଇନଫୋସିଟି ପୋଲିସ ହାଇପ୍ରୋଫାଇଲ ଠକ ଦମ୍ପତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ହଂସିତା ଅଭିଲିପ୍ସା ଓ ଅନିଲ ମହାନ୍ତି । ସେମାନେ ନିଜକୁ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ପୁଅବୋହୂ କହି ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ଲୋକଙ୍କୁ ଟେଣ୍ଡର କରେଇଦେବା, କର୍ପୋରେଟ ସେକ୍ଟରରେ ନିଯୁକ୍ତି ଦେବା କହି ଠକୁଥିଲେ । ଇନଫୋସିଟି ଥାନା ଅଞ୍ଚଳରେ ଏକ ଦାମୀ ଆପାର୍ଟମେଣ୍ଟରେ ସେମାନେ ରହୁଥିଲେ। ବହୁ ଅଭିଯୋଗ ଆସିବା ପରେ ଇନଫୋସିଟି ଥାନା ପୋଲିସ ଏହି ଦମ୍ପତିଙ୍କୁ ଗିରଫ କରିଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୌଣସି କାମ ଥିଲେ ହୋଇଯିବ ବୋଲି କହି ଲୋକଙ୍କୁ ଲୁଟୁ ଥିଲେ। ପଟିଆରେ ଅଫିସ ଖୋଲି ଖଣି ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ବିଲଡର ପର୍ଯ୍ୟନ୍ତ ସେମାନେ ସମସ୍ତଙ୍କୁ ଲୁଟୁଥିଲେ । ହାଇପ୍ରୋଫାଇଲ ଲୋକଙ୍କ ସହ ଫଟୋ ଏଡିଟ କରି ଲୋକଙ୍କୁ ସେସବୁ ଦେଖାଇ ସେମାନଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଉଥିବା ଅଭିଯୋଗ ହୋଇଛି।






More Stories
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..