Report Card Odisha

| Daily Odia News

ରାହୁଲଙ୍କ ଭିଏତନାମ ଗସ୍ତକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ଯୋଗୁ ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏହି ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଭିଏତନାମ ଗସ୍ତ କରିଥିବା ବିଜେପି ଅଭିଯୋଗ କରିଛି। ଏହାକୁ ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ସୋଶାଲ ମିଡିଆ ପୋଷ୍ଟରେ ବିଜେପି ଆଇଟି ସେଲ ମୁଖିଆ ଅମିତ ମାଲବ୍ୟ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗକୁ ନେଇ ରାଜନୀତି କରୁଛନ୍ତି। ତେବେ ଏହାର ଜବାବ କଂଗ୍ରେସ ପକ୍ଷରୁ ଦିଆଯାଇଛି। କଂଗ୍ରେସ ସାଂସଦ ମଣିକମ ଟାଗୋର କହିଛନ୍ତି, “ଟେକ ଡାଇଭର୍ସନ ରାଜନୀତି ସଙ୍ଘିମାନେ କେବେ ବନ୍ଦ କରିବେ? ମୋଦି ଯେଉଁ ଭଳି ଡ ସାହେବଙ୍କ ଅନ୍ତିମ ସଂସ୍କାର ପାଇଁ ଯମୁନା କୂଳରେ ସ୍ଥାନ ଦେଲେ ନାହିଁ ଓ ତାଙ୍କ ମନ୍ତ୍ରୀମାନେ ଯେଉଁଭଳି ଭାବେ ଡ ସାହେବଙ୍କ ପରିବାରକୁ କୋଣଠେସା କଲେ, ତାହା ଅତ୍ୟନ୍ତ ଲଜ୍ଜାଜନକ। ଯଦି ରାହୁଲ ଗାନ୍ଧି ବ୍ୟକ୍ତିଗତ ଭାବେ ଯାତ୍ରା କଲେ, ତା’ହେଲେ ଆପଣଙ୍କର କ’ଣ ସମସ୍ୟା ହେଉଛି? ନବ ବର୍ଷରେ ସୁସ୍ଥ ହୋଇଯାଅ।” ମନମୋହନ ସିଂହଙ୍କ ଅସ୍ତିକୁ ସଂଗ୍ରହ ପାଇଁ ଗାନ୍ଧି ପରିବାରର କେହି ଉପସ୍ଥିତ ନଥିବାରୁ ଦିନକ ତଳେ ବିଜେପି ଏହା ଉପରେ ପ୍ରଶ୍ନ ଉଠାଇଥିଲା। ପରିବାର ଲୋକଙ୍କ ଗୋପନୀୟତାକୁ ସମ୍ମାନ ଜଣାଇ ଗାନ୍ଧି ପରିବାରର କୌଣସି ସଦସ୍ୟ ସେଠାରେ ଉପସ୍ଥିତ ନଥିବା କଂଗ୍ରେସ କହିଥିଲା। ଏଥିସହ ଶ୍ରୀ ସିଂହଙ୍କ ପରିବାର ଲୋକଙ୍କ ସହ ମଧ୍ୟ କଂଗ୍ରେସର ନେତାମାନେ ଏ ସମ୍ପର୍କରେ କଥା ହୋଇଥିବା ଦଳ ପକ୍ଷରୁ କୁହାଯାଇଥିଲା। ତଥାପି ବିଜେପି ଏହାକୁ ପ୍ରସଙ୍ଗ କରି କଂଗ୍ରେସ କୁଟାର୍ଗେଟ କରୁଛି |

Breaking News