ରିପୋର୍ଟ କାର୍ଡ / ଭୁବନେଶ୍ଵର
ଆଜି ବର୍ଷର ଶେଷ ଦିନ। ବିଦାୟ ନେବ ୨୦୨୪ ଏବଂ ମଧ୍ୟରାତ୍ରରେ ପାଦ ଥାପିବ ୨୦୨୫। ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ସବୁ ଆଡେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଟ୍ବିନ୍ ସିଟିରେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ବ୍ୟାପକ ବ୍ୟବସ୍ଥା କରିଛି। ବାର୍, ପବ୍ ଏବଂ ହୋଟେଲ ଗୁଡିକରେ ଜୋରଦାର୍ ଚେକିଂ ହେବ। ଆଜି ସନ୍ଧ୍ୟାରୁ ଯାଂଚ ପ୍ରକ୍ରିୟାକୁ ଆହୁରି କଡାକଡି କରାଯିବ। ମଦ ପିଇ ଗାଡି ଚଳାଇଲେ ବାନ୍ଧିବ ପୋଲିସ । ଆରଟିଓ ସ୍ଥାନୀୟ ପୋଲିସ ସହ ମିଶି ମିଳିତ ଭାବରେ ଆଜି ଅପରାହ୍ନ ୩ଟାରୁ ରାତି ୨ଟା ପର୍ଯ୍ୟନ୍ତ ଯାଞ୍ଚ କରିବ। ମୁଖ୍ୟତଃ ସହରର ପ୍ରମୁଖ ସ୍ଥାନ ସମେତ ବିଭିନ୍ନ ଅଞ୍ଚଳରେ ବ୍ଲକିଂ ସହ ଯାଞ୍ଚ କଡାକଡି କରାଯିବ। ସେହିପରି ରୋଡ୍ ରୋମିଓଙ୍କ ଉପରେ ତୀକ୍ଷଣ ନଜର ରଖାଯାଇଛି। ସେମାନଙ୍କ ପାଇଁ ଜିରୋ ଟଲେରାନ୍ସ ନୀତି ଆପଣାଇଛି କମିଶନରେଟ୍ ପୋଲିସ । କଟକରେ ସୁରକ୍ଷା ପାଇଁ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ। ରାତି ୧୨ଟା ପରେ ଜିରୋ ନାଇଟ୍ ସେଲିବ୍ରେସନରେ ମାତିଲେ କାର୍ଯ୍ୟାନୁଷ୍ଠାନ ଲାଗି ଚେତାବନୀ ଦେଇଛନ୍ତି କଟକ ଡିସିପି। ସେପଟେ ଜାନୁଆରୀ ପହିଲାରୁ ସଡକ ସୁରକ୍ଷା ପାଇଁ ସ୍ଵତନ୍ତ୍ର ଅଭିଯାନ ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ଗାଡି ଚାଳକଙ୍କୁ ଧରାଯିବ। ଉଭୟ ଡିସେମ୍ବର ୩୧ ଏବଂ ଜାନୁଆରୀ ୧ ରେ ମଦ୍ୟପାନ କରି ଗାଡିଚାଳନା ରୋକିବାକୁ ସ୍ଵତନ୍ତ୍ର ଭାବେ ଯାଞ୍ଚ କରାଯିବ।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……