ରିପୋର୍ଟ କାର୍ଡ / ଭୁବନେଶ୍ୱର
IAS ସ୍ତରରେ ଅଦଳବଦଳ ହୋଇଛି | ଆଜି ୫ ଜଣ IAS ଅଧିକାରୀଙ୍କର ବଦଳି କରିଛନ୍ତି ରାଜ୍ୟ ସରକାର | ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆ ଙ୍କୁ ବଦଳି କରାଯାଇଛି | ସେ ପୌର ପ୍ରଶାସକ ଓ ନଗର ଉନୟନ୍ନ ବିଭାଗ ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ତୁଲାଇବେ | ଏନବିଏସ ରାଜପୁତ ହେଲେ ସାଧାରଣ ଉଦ୍ୟୋଗ ବିଭାଗ ପ୍ରମୁଖ ସଚିବ | ଟି. ଆଓ ହେଲେ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ ସଚିବ | ଭୁପେନ୍ଦ୍ର ପୁନିଆ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ସମ୍ପାଦନ କରିବେ | ପ୍ରେମଚାନ୍ଦ ଚୌଧୁରୀ ହେଲେ ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗର ସଚିବ |






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……