ରିପୋର୍ଟ କାର୍ଡ / ଭୁବନେଶ୍ୱର
ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। କାରାବରଣ କରିଥିବା ସବୁ ସ୍ଵାଧୀନତା ସଂଗ୍ରାମୀମାନଙ୍କର ପେନ୍ସନ୍କୁ ୧୦ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। କାରାବରଣ କରିନଥିବା ସ୍ଵାଧୀନତା ସଂଗ୍ରାମୀମାନଙ୍କ ପେନ୍ସନ୍କୁ ୯ ହଜାରରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। କାରାବରଣ କରିନଥିବା ସ୍ଵାଧୀନତା ସଂଗ୍ରାମୀମାନଙ୍କ ପେନସନକୁ ୯ ହଜାରରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। ସେହିପରି ଜାତୀୟ ପେନ୍ସନ୍ ପାଉଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ପେନସନକୁ ମାସକୁ ୮ ହଜାର ପରିବର୍ତ୍ତେ ୧୦ ହାଜର ଟଙ୍କା କରିଛନ୍ତି ସରକାର। ସେହିପରି ଜାତୀୟ ପେନ୍ସନ୍ ପାଉଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ପେନସନକୁ ମାସକୁ ୮ ହଜାର ପରିବର୍ତ୍ତେ ୧୦ ହାଜର ଟଙ୍କା କରିଛନ୍ତି ସରକାର। ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିବା ସଂଗ୍ରାମୀମାନଙ୍କୁ ମାସକୁ ୨୦ ହଜାର ଟଙ୍କା ପେନ୍ସନ୍ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।






More Stories
ଦାୟିତ୍ବ ନେଲେ ସଞ୍ଜୟ ବିଶ୍ବାଳ…..
ଗୁଟଖା ବ୍ୟବସାୟ ବନ୍ଦ…..
୨୦୨୭ରୁ ନୂଆ ନିୟମ ଲାଗୁ…..