ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ସିଡ୍ନୀରେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍ରୁ ଅଧିନାୟକ ରୋହିତ ଶର୍ମା ଓହରି ଯାଇଛନ୍ତି। ଏହି ମ୍ୟାଚ୍ରୁ ସେ ବିଶ୍ରାମ ନେବେ ବୋଲି ଗୁରୁବାର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଦଳ ସହ ଥିବା ମନୋନୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କୁ ରୋହିତ ଜଣାଇ ଦେଇଛନ୍ତି । ତେବେ କିଛି ସୂତ୍ରରୁ ପ୍ରକାଶ ଯେ ଖରାପ ବ୍ୟାଟିଂ ଫର୍ମ ଏବଂ ତାଙ୍କ ନେତୃତ୍ବରେ ଭାରତ ୩ଟିରୁ ୨ଟି ଟେଷ୍ଟ ହାରିବା ଯୋଗୁଁ ୫ମ ଟେଷ୍ଟରୁ ରୋହିତଙ୍କୁ ବାଦ୍ ଦିଆଯାଇଛି। ଦଳ କିମ୍ବା ବିସିସିଆଇ ପକ୍ଷରୁ ଔପଚାରିକ ଭାବେ କିଛି କୁହା ଯାଇନାହିଁ। ରୋହିତଙ୍କ ସ୍ଥାନରେ ତାରକା ଫାଷ୍ଟବୋଲର ଯଶପ୍ରୀତ ବୁମ୍ରା ଏହି ଟେଷ୍ଟରେ ଭାରତର ନେତୃତ୍ବ ନେବେ। ୨ୟ ସନ୍ତାନର ଜନ୍ମ ସମୟରେ ରୋହିତ ଭାରତରେ ଥିବାରୁ ପର୍ଥରେ ପ୍ରଥମ ଟେଷ୍ଟରେ ବୁମ୍ରା ଭାରତର ନେତୃତ୍ବ ନେଇଥିଲେ। ଉକ୍ତ ଟେଷ୍ଟକୁ ଭାରତ ୨୯୫ ରନ୍ରେ ଜିତିଥିଲା। ସିଡ୍ନୀ ଟେଷ୍ଟମ୍ୟାଚ୍ରେ ରୋହିତଙ୍କ ସ୍ଥାନରେ ଶୁବ୍ମାନ ଗିଲ୍ ଚୂଡ଼ାନ୍ତ ଏକାଦଶକୁ ଫେରିବା ନିଶ୍ଚିତ। ଗୁରୁବାର ଭାରତୀୟ ଦଳ ସିଡ୍ନୀ କ୍ରିକେଟ୍ ଗ୍ରାଉଣ୍ଡରେ ଅଭ୍ୟାସ କରିଥିବା ବେଳେ ରୋହିତ ନେଟ୍ସରେ କିଛି ସମୟ ବ୍ୟାଟିଂ କରିଥିଲେ। ପରେ ମ୍ୟାଚ୍ ପୂର୍ବର ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ରୋହିତ ଶର୍ମା ଯୋଗଦେବାର ଥିଲା। ହେଲେ ଗମ୍ଭୀର ଆସିବା ଗଣମାଧ୍ୟମ ପ୍ରତନିଧିଙ୍କୁ ଚକିତ କରିଥିଲା।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..