Report Card Odisha

| Daily Odia News

ପ୍ରଧାନମନ୍ତ୍ରୀ ଦେଇଥିବା ଚାଦର ପହଞ୍ଚିଲା ଔଲିଆ ଦରଗାହ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଚାଦର ନେଇ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଦିଲ୍ଲୀସ୍ଥିତ ନିଜାମୁଦ୍ଦିନ ଔଲିଆଙ୍କ ଦରଗାହରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଜମେର ଶରିଫସ୍ଥିତ ଖ୍ବାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଦରଗାହକୁ ଚାଦର ପଠାଇଛନ୍ତି। ଗୁରୁବାର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏବଂ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ଅଧ୍ୟକ୍ଷ ଜମାଲ ସିଦ୍ଦିକୀଙ୍କୁ ଏହି ଚାଦରକୁ ପ୍ରଦାନ କରାଯାଇଛି। ଶୁକ୍ରବାର ସେମାନେ ଏହି ସ୍ବତନ୍ତ୍ର ଚାଦର ଧରି ନିଜାମୁଦ୍ଦିନସ୍ଥିତ ହଜରତ ନିଜାମୁଦ୍ଦିନ ଔଲିଆଙ୍କ ଦରଗାହରେ ପହଞ୍ଚିଛନ୍ତି। ଏହାପରେ ଚାଦରକୁ ଅଜମେର ଦରଗାହକୁ ପଠାଯିବ। ସୁଫି ଫାଉଣ୍ଡେସନ ମୁଖ୍ୟ ତଥା ଅଜମେର ଦରଗାହର ଗଦ୍ଦି ନଶୀଁ ହାଜି ସୈୟଦ ସଲମାନ ଚିସ୍ତି କହିଛନ୍ତି ଯେ, ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଚାଦର ପଠାଇବାର ପରମ୍ପରା ୧୯୪୭ରୁ ଚାଲି ଆସୁଛି। ଲଗାତର ୧୧ ଥର ପାଇଁ ପ୍ରଧାନମନ୍ତ୍ରୀ ଅଜମେର ଦରଗାହକୁ ଚାଦର ପଠାଇଛନ୍ତି।

Breaking News