ରିପୋର୍ଟ କାର୍ଡ / ଭୁବନେଶ୍ୱର
କୁମ୍ଭୀର ଏବଂ ପକ୍ଷୀ ଗଣନା ପାଇଁ ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କୁ ସାତକୋଶିଆ ମନା। କୁମ୍ଭୀର ଗଣନା ପାଇଁ ୫ ତାରିଖ ଅପରାହ୍ନରୁ ୯ ତାରିଖ ସକାଳ ପର୍ଯ୍ୟନ୍ତ ଏବଂ ପକ୍ଷୀ ଗଣନା ପାଇଁ ୧୭ ଏବଂ ୧୮ ତାରିଖ ପାଇଁ ମହାନଦୀରେ ବୋଟିଂ ବନ୍ଦ ରହିବ। ଏ ନେଇ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଏପରିକି ନଦୀରେ ମାଛ ଧରିବା ପାଇଁ ମଧ୍ୟ ବାରଣ କରାଯାଇଛି। ଗଣନା ପାଇଁ ବନ ବିଭାଗର ୧୪ ଟିମ୍ ନିୟୋଜିତ ହେବେ। ୧୪ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ। କୁମ୍ଭୀର ଗଣନା ପାଇଁ ୧୪ ତାରିଖରୁ ୨୧ ତାରିଖ ଯାଏଁ ଭିତରକନିକା ବନ୍ଦ ରହିବ। ପ୍ରଥମ କରି ଭିତରକନିକା ବାହାର ନଦୀନାଳରେ ମଧ୍ୟ ଗଣନା କରାଯିବ। ଏ ନେଇ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବଙ୍କ ପକ୍ଷରୁ ସୂଚନା ମିଳିଛି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……