Report Card Odisha

| Daily Odia News

ପ୍ରଶାନ୍ତ କିଶୋର ଗିରଫ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିହାରର ଜନ ସୂରଜ ପାର୍ଟି ଅଧ୍ୟକ୍ଷ ପ୍ରଶାନ୍ତ କିଶୋରଙ୍କୁ ଗିରଫ କରିଛି ପୋଲିସ। ପଟନାର ଗାନ୍ଧୀ ମଇଦାନଠାରେ ପ୍ରଶାସନ୍ତ ଆମରଣ ଅନଶନ ଚଳାଇଥିବାବେଳେ ସୋମବାର ଭୋର ୪ଟାରୁ ପୋଲିସ ତାଙ୍କୁ ଉଠାଇ ନେଇଥିଲା। ବିହାର ଲୋକସେବା ଆୟୋଗ(ବିପିଏସସି)ର ୭୦ତମ ପ୍ରାରମ୍ଭିକ ପରୀକ୍ଷା ବାତିଲ ଦାବିରେ ପ୍ରଶାସନ୍ତ ଆମରଣ ଅନଶନ କରୁଥିଲେ। ବିପିଏସସିର ୭୦ ତମ ପରୀକ୍ଷା ଆୟୋଜନ ହେବା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ତେଣୁ ପରୀକ୍ଷା ବାତିଲ କରିବାକୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଦାବି କରିବା ସହିତ ୨ ସପ୍ତାହ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରଖିଛନ୍ତି। କିନ୍ତୁ ରାଜ୍ୟ ସରକାର ଏହାକୁ କର୍ଣ୍ଣପାତ କରିନାହାନ୍ତି। ତେଣୁ ଗତ ୨ ତାରିଖରୁ ପ୍ରଶାନ୍ତ ଛାତ୍ରଛାତ୍ରୀଙ୍କ ସମର୍ଥନରେ ଗାନ୍ଧୀ ମଇଦାନରେ ଆମରଣ ଅନଶନ ଆରମ୍ଭ କରିଥିଲେ। ଏହା ସତ୍ବେ ପୂର୍ବ ନିର୍ଦ୍ଧାରିତ ତାରିଖ ଜାନୁୟାରୀ ୪ରେ ପରୀକ୍ଷା ଆୟୋଜନ କରାଯାଇଥିଲା। କିନ୍ତୁ ପ୍ରଶାନ୍ତ ଅନଶନରୁ ଉଠି ନ ଥିଲେ। ସୋମଭାର ଭୋର ୪ଟାରେ ପୋଲିସ ତାଙ୍କୁ ଉଠାଇ ନେଇଥିଲା। ଏହି ସମୟରେ ପ୍ରଶାନ୍ତଙ୍କ ସମର୍ଥକ ଏବଂ ପୋଲିସ ମଧ୍ୟରେ ଠେଲାପେଲା, ଧସ୍ତାଧସ୍ତି ହୋଇଥିଲା।

Breaking News