ରିପୋର୍ଟ କାର୍ଡ / ଯାଜପୁର
ଯାଜପୁର ଜିଲ୍ଲାରେ ରାଜନୈତିକ ରାବଣଙ୍କର ଅନ୍ତ ଘଟିଛି। ବିରୋଧୀଙ୍କୁ ନିଶାନା କରି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଯାଜପୁର ଧର୍ମଶାଳା ମହୋତ୍ସବରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ। ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ସେ କହିଥିଲେ, କିଛି ତଥାକଥିତ ନେତାଙ୍କର ଭ୍ରାନ୍ତ ଧାରଣା ଥିଲା ଯେ ସେମାନେ ଏହି ଜିଲ୍ଲାରେ ଅପରାଜେୟ। ମାତ୍ର ସେ ଗର୍ବ ଓ ଅହଂକାରକୁ ଆପଣମାନେ ଚୁରମାର କରି ଦେଇଛନ୍ତି । ଏଇ ମହତକାର୍ଯ୍ୟ କରିଥିବାରୁ ଆପଣମାନେ ଆଜି ଧନ୍ୟବାଦର ପାତ୍ର। ମୁଖ୍ୟମନ୍ତ୍ରୀ କହିଥିଲେ, ଯାଜପୁର ଜିଲ୍ଲାରେ ପରିବାରବାଦର ଅନ୍ତ ଘଟିଛି। ଏଠି ଦୁଇଟି ପରିବାର ଯାଜପୁର ଜିଲ୍ଲାକୁ ସେମାନଙ୍କ ନିଜର ଜାଗିର ଜମି ବୋଲି ଭାବୁଥିଲେ। ଏହି ମାନସିକତାରେ ପରମାନେଣ୍ଟଲି ଦ ଏଣ୍ଡ୍ ହୋଇସାରିଛି। ସେହିପରି ଖଣି ଲୁଟ୍ ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ନିଶାନା କରିଥିଲେ। ସେ କହିଥିଲେ, କିଛି ଭୋକିଲା ନେତା ଏତେ ଭୋକିଲା ଥିଲେ ଯେ ଏ ଜିଲ୍ଲାର ବାଲି ଗୋଡ଼ି ବି ଖାଇଯାଉଥିଲେ। ଏବେ ସେମାନଙ୍କ ବଦହଜମି ହୋଇଯାଇଛନ୍ତି। ତେବେ ସେମାନେ ଚିନ୍ତା କରନ୍ତୁ ନାହିଁ। ଆମେ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବୁ। ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର କହିଛନ୍ତି ଯେ ଲୋକେ ମାଲିକ। ସେମାନେ ଯାହା ଚାହିଁବେ, ତାହା କରିବେ। ସେମାନେ ଯାହାକୁ ଚାହିଁବେ କ୍ଷମତାକୁ ଆଣିବେ। ମାତ୍ର ପରକୁ କହିବା ପୂର୍ବରୁ ନିଜକୁ ଦେଖିବା ଉଚିତ ବୋଲି ସେ କହିଛନ୍ତି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……