Report Card Odisha

| Daily Odia News

ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛି:ନବୀନ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ କରିଛି ବିଜେଡି। ଦରଦାମ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ଦଳ। ବିଜେଡି କହିଛି ଅର୍ଥନୀତି ପରିଚାଳନାରେ ସରକାର ଫେଲ୍। ମୁଦ୍ରାସ୍ଫିତି ରେକର୍ଡ ସ୍ତରରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଡିଜେଲ ଦର କମିଥିଲେ ବି ଏଠି ସରକାର କମାଉ ନଥିବା କହିଛି ବିଜେଡି। ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ଆନ୍ଦୋଳନ କରାଯାଇଛି। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ମୋହନ ଚରଣ ମାଝୀଙ୍କ ସରକାରକୁ ମହଙ୍ଗା ମାଡ଼ ସରକାର ବୋଲି କହି କଟାକ୍ଷ କରିଛନ୍ତି। ବିଜେପି ସରକାର ଗଠନ ହେବାର ସାତ ମାସ ହେଲାଣି ହେଲେ ଦରଦାମ ବଢ଼ି ବଢ଼ି ଚାଲିଛି । ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଏହି ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି ହେଲେ ଲୋକଙ୍କ ସୁଖ ଦୁଃଖରେ ଏମାନଙ୍କ ସମ୍ପର୍କ ନଥିବା ଭଳି ଲାଗୁଛି । ଅତ୍ୟାବଶକୀୟ ଜିନିଷ ଦାମ ଆକାଶ ଛୁଆଁ ହେଲାଣି। ଦର ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ । ନବୀନ ପଟ୍ଟନାୟକ ଆହୁରି କହିଛନ୍ତି, ବିଜେପି ସରକାର ଗଠନ ହେବାର ସାତ ମାସ ହୋଇଗଲାଣି ହେଲେ ଦରଦାମ ବଢ଼ି ବଢ଼ି ଚାଲିଛି । ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଏହି ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି ହେଲେ ଲୋକଙ୍କ ସୁଖ ଦୁଃଖରେ ଏମାନଙ୍କ ସମ୍ପର୍କ ନଥିବା ଭଳି ଲାଗୁଛି । ଅତ୍ୟାବଶକୀୟ ଜିନିଷ ଦାମ ଆକାଶ ଛୁଆଁ ହେଲାଣି। ଦର ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ । ଅଦିନିଆ ବର୍ଷା ପାଇଁ ଚାଷୀ ପ୍ରତିଦିନ ଆତ୍ମହତ୍ୟା କରୁଛି । ଦରଦାମ ବୃଦ୍ଧି ସହିତ ଅଦିନିଆ ବର୍ଷା ବୋଝ ଉପରେ ନଳିତା ବିଡ଼ା ସଦୃଶ ମନେ ହେଉଛି । ଦରଦାମ ବୃଦ୍ଧି ପାଇଁ ହାଣ୍ଡିଶାଳରେ ମାଆମାନେ କାନ୍ଦୁଥିବା ବେଳେ ଫସଲ ନଷ୍ଟ ଦୁଃଖରେ ଚାଷୀ କାନ୍ଦୁଛନ୍ତି । ହେଲେ ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛି।

Breaking News