ରିପୋର୍ଟ କାର୍ଡ / ରାୟଗଡ଼ା
ରାୟଗଡ଼ା ରେଳ ଡିଭିଜନ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋମବାର ଦିଲ୍ଲୀରୁ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଏହାର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏକାଧିକ ରେଳ ପ୍ରକଳ୍ପର ମଧ୍ୟ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ନୂଆ ଜାମ୍ମୁ ରେଲୱେ ଡିଭିଜନର ଉଦଘାଟନ ସହିତ ତେଲଙ୍ଗାନା ଚାର୍ଲପାଲି ଟର୍ମିନାଲ ଷ୍ଟେସନକୁ ବି ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ରେଳ ପ୍ରକଳ୍ପ ଦ୍ବାରା ଦେଶର ପ୍ରଗତି ଏକ ନୂଆ ଉଚ୍ଚତାରେ ପହଞ୍ଚିବ। ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ନୂଆ ନୂଆ ରେଳ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଏଥିପାଇଁ ୭୦ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାୟଗଡ଼ାରେ ରେଳମଣ୍ଡଳ ସ୍ଥାପନ ଦ୍ବାରା ଜନସାଧାରଣ ବହୁମାତ୍ରାରେ ଉପକୃତ ହେବେ। ଏହି ଭିତ୍ତିଭୂମି ଜନସାଧାରଣଙ୍କ ଲାଗି ବରଦାନ ସାବ୍ୟସ୍ତ ହେବ। ଦେଶରେ ଆଧୁନିକ ଭିତ୍ତିଭୂମି ନିର୍ମାଣରେ ମହାଯଜ୍ଞ ଚାଲିଛି ବୋଲି ମୋଦୀ କହିଛନ୍ତି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……