Report Card Odisha

| Daily Odia News

ସେନା ଗାଡ଼ି ଉଡାଇଦେଲେ ନକ୍ସଲ,୯ ଯବାନ ସହିଦ୍…..

ରିପୋର୍ଟ କାର୍ଡ / ଛତିଶଗଡ଼

ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନେ ସୁରକ୍ଷା ବାହିନୀ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛନ୍ତି | ଏହି ଆକ୍ରମଣରେ ୯ ଜଣ ଯବାନ ସହିଦ ହୋଇଛନ୍ତି | ଏନେଇ ଏଡିଜି ନକ୍ସଲ ଅପରେସନ ବିବେକାନନ୍ଦ ସିହ୍ନା ସୂଚନା ଦେଇଛନ୍ତି। ସହିଦଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଏଥିସହ କିଛି ଯବାନ ଆହତ ମଧ୍ୟ ହୋଇଛନ୍ତି। ପୋଲିସର ସୂଚନା ଅନୁସାରେ-ଯବାନମାନଙ୍କୁ ନେଇ ଯାଉଥିବା ଗାଡ଼ିରେ ପୂର୍ବରୁ ହିଁ ନକ୍ସଲମାନେ ଲାଣ୍ଡମାଇନ ଲଗାଇଥିଲେ । ଗାଡ଼ି ତା ଉପରଦେଇ ଗତି କରିବା ବେଳେ ସେଥିରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପ୍ରଭାବରେ ଗାଡ଼ିକୁ ଖଣ୍ଡବିଖଣ୍ଡ ହୋଇଯାଇଥିଲା । ପୋଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଯବାନମାନେ ନକ୍ସଲ ବିରୋଧୀ ଅଭିଯାନ ସାରି ଶିବିରକୁ ଫେରୁଥିଲେ । ସେମାନେ ଫେରୁଥିବା ଗାଡ଼ିରେ ୧୫ରୁ ଅଧିକ ଯବାନ ଥିଲେ । ନକ୍ସଲମାନେ ଯବାନଙ୍କୁ ଟାର୍ଗେଟ କରିବା ପାଇଁ ଲ୍ୟାଣ୍ଡମାଇନ୍ ବିଛାଇଥିଲେ, ଯେଉଁଥିରେ ୯ ଜଣ ଯବାନ ସହିଦ ହୋଇଥିଲେ। ବର୍ତ୍ତମାନ ଆମ୍ବୁଲାନ୍ସ ଓ ଯବାନଙ୍କୁ ଘଟଣାସ୍ଥଳକୁ ପଠାଯାଇଛି।

Breaking News