ରିପୋର୍ଟ କାର୍ଡ / ଭୁବନେଶ୍ବର
ଦେଶରେ ଏଚମପିଭି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏଯାଏ କିନ୍ତୁ ଓଡ଼ିଶାରେ ଏହାର କୌଣସି ପ୍ରଭାବ ନାହିଁ। ଏଣୁ ଏହାକୁ ନେଇ ଆଦୌ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ଆଜି ସକାଳେ ସେ ମେଡିକାଲ କଲେଜ୍ ମାନଙ୍କର ଅଧ୍ୟକ୍ଷ ଓ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଏଚମପିଭି ଭାଇରସକୁ ନେଇ ସ୍ବାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି। କଟକ ଓ ଭୁବନେଶ୍ବରରେ ଥିବା ଘରୋଇ ଡାକ୍ତରଖାନାମାନଙ୍କୁ ପ୍ରସ୍ତୁତ ରହିବା ଲାଗି କୁହାଯାଇଛି। ମେଡିକାଲରେ ଆବଶ୍ୟକୀୟ ବେଡ୍ ରହିଛି। ସରକାର ପ୍ରସ୍ତୁତ ଅଛନ୍ତି। ଏହା ସିଗନାଲ୍ ଭାଇରସ୍ ହୋଇଥିବାରୁ ଭୟଭୀତ ହୁଅନ୍ତୁ ନାହିଁ। କେନ୍ଦ୍ର ସରକାର ଏନେଇ ଯେଉଁ ଗାଇଡଲାଇନ୍ ଆଣିବେ ତାକୁ ପାଳନ କରାଯିବ। ଦେଶରେ ଏଚମପିଭି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏଯାଏ କିନ୍ତୁ ଓଡ଼ିଶାରେ ଏହାର କୌଣସି ପ୍ରଭାବ ନାହିଁ। ଏଣୁ ଏହାକୁ ନେଇ ଆଦୌ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ଆଜି ସକାଳେ ସେ ମେଡିକାଲ କଲେଜ୍ ମାନଙ୍କର ଅଧ୍ୟକ୍ଷ ଓ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଏଚମପିଭି ଭାଇରସକୁ ନେଇ ସ୍ବାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି। ମେଡିକାଲରେ ଆବଶ୍ୟକୀୟ ବେଡ୍ ରହିଛି। ସରକାର ପ୍ରସ୍ତୁତ ଅଛନ୍ତି। ଏହା ସିଗନାଲ୍ ଭାଇରସ୍ ହୋଇଥିବାରୁ ଭୟଭୀତ ହୁଅନ୍ତୁ ନାହିଁ। ନାଗପୁରରେ ଆଉ ୨ଜଣ ଏଚମପିଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନାଗପୁରେ ଏହି ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ଦୁଇ ଶିଶୁଙ୍କ ବୟସ ୭ ଏବଂ ୧୪ ବର୍ଷ। ଉଭୟ ଜ୍ବର, କାଶରେ ପୀଡିତ ଅଛନ୍ତି । ଏହି ଦୁଇ ଜଣଙ୍କୁ ମିଶାଇ ଦେଶରେ ସମୁଦାୟ ଏଚମପିଭି ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ନାଗପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦୁଇ ଜଣଙ୍କ ଠାରେ ଏଚଏମପି ଭୂତାଣୁ ଥିବା ଜଣାପଡିଛି । ଚୀନରେ ଆତଙ୍କ ଖେଳାଇଥିବା ଏଚମପିଭି (ହ୍ୟୁମାନ ମେଟାନ୍ୟୁମୋଭାଇରସ୍) ଭୂତାଣୁ ଭାରତରେ ଚିହ୍ନଟ ହୋଇଛି। ଦେଶରେ ଗତକାଲି ୫ ଜଣ ଶିଶୁ ଏଚ୍ଏମ୍ପିଭି ପଜିଟିଭ ଥିବା ବେଳେ ଆଜି ଆହୁରି ୨ ଜଣ ଚିହ୍ନଟ ହୋଇଛନ୍ତି। ଗତକାଲି ଚିହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରୁ କର୍ଣ୍ଣାଟକର ବେଙ୍ଗାଲୁରୁରେ ୨ ଜଣ, ତାମିଲନାଡ଼ୁର ଚେନ୍ନାଇରେ ୨ ଜଣ ଏବଂ ଗୁଜରାଟର ଅହମଦାବାଦରେ ଜଣେ ଶିଶୁ ରହିଛନ୍ତି। ବେଙ୍ଗାଲୁରୁରେ ଆକ୍ରାନ୍ତ ଜଣେ ଶିଶୁର ବୟସ ୩ ମାସ ଓ ଅନ୍ୟ ଜଣେ ଶିଶୁର ବୟସ ୮ ମାସ। ସେହିଭଳି ଅହମଦାବାଦରେ ଆକ୍ରାନ୍ତ ଶିଶୁର ବୟସ ୨ ମାସ। ସଂକ୍ରମିତ ଶିଶୁ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କର ଅନ୍ୟ କୌଣସି ରାଷ୍ଟ୍ର ଗସ୍ତ ଇତିହାସ ନାହିଁ। ଏଥିସହିତ ଅନ୍ୟ ରାଷ୍ଟ୍ର ଗସ୍ତ କରିଥିବା କୌଣସି ଲୋକଙ୍କ ସଂସ୍ପର୍ଶରେ ମଧ୍ୟ ସେମାନେ ଆସିନାହାନ୍ତି। ବେଙ୍ଗାଲୁରୁରେ ଏଚମପିଭି ଆକ୍ରାନ୍ତ ହୋଇଥିବା ୩ ମାସର ଶିଶୁ ହସ୍ପିଟାଲରୁ ଡିସ୍ ଚାର୍ଜ ହୋଇଥିବାବେଳେ ୮ ମାସର ଶିଶୁ ଏବେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛି। ଅନ୍ୟପକ୍ଷେ ଅହମଦାବାଦରେ ସଂକ୍ରମିତ ହୋଇଥିବା ଶିଶୁ ପୂର୍ବରୁ ଭେଣ୍ଟିଲେଟରରେ ଥିବାବେଳେ ଏବେ ତା’ର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ଚେନ୍ନାଇରେ ୨ ଜଣ ଶିଶୁ ଏଚମପିଭି ଭୂତାଣରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ବୋଲି ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..