Report Card Odisha

| Daily Odia News

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଏଠାରେ ଆଜି ଉଦ୍‌ଘାଟିତ ହୋଇଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦାନ ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମେଘାଳୟର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲଚରାଲ ରିସର୍ଚ୍ଚ (ଆଇସିଏଆର) ପରିସରର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେବା ପରେ ଗୁଆହାଟୀ ବିମାନବନ୍ଦରରୁ ବାୟୁସେନାର ସ୍ଵତନ୍ତ୍ର ବିମାନରେ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କୁ ଓଡ଼ିଶାର କଳାକାରମାନେ ବିମାନବନ୍ଦର ସାମ୍ନାରେ ପାରଂପରିକ ଓ ସାଂସ୍କୃତିକ ଗୀତ, ନୃତ୍ୟ ଓ ବାଦ୍ୟ ସହିତ ସ୍ବାଗତ କରିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏଠାରେ ପହଞ୍ଚିଲା ପରେ ରାଜ୍ୟ ସରକାରଙ୍କ ତରଫରୁ ସ୍ବାଗତ ସମ୍ବର୍ନ୍ଧନା ଦିଆଯାଇଛି। ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବାଗତ କରିଛନ୍ତି। ଏହା ପରେ ରାଷ୍ଟ୍ରପତି ସ୍ବତନ୍ତ୍ର କାର୍‌କେଡ ଯୋଗେ ବିମାନବନ୍ଦରରୁ ସିଧାସଳଖ ରାଜଭବନ ପହଞ୍ଚିଛନ୍ତି । ସେଠାରେ ରାତ୍ରୀଯାପନ କରିବେ। ଶୁକ୍ରବାର ସକାଳ ୧୧ଟାରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀସ୍ଥଳକୁ ବାହାରିବେ। ଉଦ୍‌ଯାପନୀ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୨୭ଜଣଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ ପୁରସ୍କାରରେ ସମ୍ମାନିତ କରିବେ। ପ୍ରାୟ ୫ ଘଣ୍ଟା ବିତାଇବା ପରେ ପୁଣି ବିମାନବନ୍ଦିର ଅଭିମୁଖେ ବାହାରିବେ।

Breaking News