ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆପ୍ ସୁପ୍ରିମୋ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ବିଧାନସଭା ନିର୍ବାଚନମଣ୍ଡଳୀରେ ବଡ଼ ଧରଣର ନିର୍ବାଚନୀ ଜାଲିଆତି ହୋଇଛି ବୋଲି ଅଭିଯୋଗ କରିଛନ୍ତି। ଭୋଟରଙ୍କୁ ପ୍ରଭାବିତ କରିବାପାଇଁ ବିଜେପି ଷଡ଼ଯନ୍ତ୍ର କରିଛି ଏବଂ ବିଜେପି ପ୍ରାର୍ଥୀ ପରବେଶ ବର୍ମା ଏଥିପାଇଁ ଏକ ନିଯୁକ୍ତି ଶିବିର ପରିଚାଳନା କରିବା ସହ ଖୋଲାଖୋଲି ଟଙ୍କା ବାଣ୍ଟୁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି। ବର୍ମାଙ୍କୁ ନିର୍ବାଚନ ଲଢ଼ିବାରୁ ବାରଣ କରାଯାଉ ଏବଂ ତାଙ୍କ ଘରେ ଚଢ଼ଉ କରାଯାଉ ବୋଲି କେଜ୍ରିୱାଲ ଦାବି କରିଛନ୍ତି। ଆପ୍ର ଏହି ଅଭିଯୋଗ ନେଇ ନିର୍ବାଚନ କମିସନ ଆଜି ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଫିସରଙ୍କୁ ଉକ୍ତ ଘଟଣାର ତଦନ୍ତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏମ୍ସିସି (ଆଦର୍ଶ ଆଚରଣ ବିଧି) ଅନୁଯାୟୀ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ କମିସନ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ବିଜେପି ନେତା ମନୋଜ ତିୱାରୀ କହିଛନ୍ତି ଯେ ଅଭିଯୋଗ ଡାହା ମିଛ ଏବଂ କେଜ୍ରିୱାଲ ଦିଲ୍ଲୀରେ ରହୁଥିବା ବିହାର ଓ ଉତ୍ତରପ୍ରଦେଶ ବାସିନ୍ଦାଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ଏଭଳି ଦାବି କରୁଛନ୍ତି। ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ମଧ୍ୟ ଏଥିପାଇଁ କେଜ୍ରିୱାଲଙ୍କୁ ସମାଲୋଚନା କରିଛନ୍ତି।






More Stories
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..