ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମାଆବାପାଙ୍କଠାରୁ ପାଠପଢ଼ା ଖର୍ଚ୍ଚ ପାଇବା ଝିଅଙ୍କର ଅପରିହାର୍ଯ୍ୟ ଏବଂ ବୈଧ ଅଧିକାର। ମା’ବାପା ଏଥିପାଇଁ ସେମାନଙ୍କ ଆର୍ଥିକ ସମ୍ବଳ ସୀମା ମଧ୍ୟରୁ ଜରୁରୀ ପାଣ୍ଠି ଯୋଗାଇଦେବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏକ ବୈବାହିକ ବିବାଦ ମାମଲାରେ ଅଲଗା ରହୁଥିବା ଦମ୍ପତିଙ୍କଠାରୁ ଆୟରଲାଣ୍ଡରେ ପଢ଼ୁଥିବା ସେମାନଙ୍କ ଝିଅ ପାଠପଢ଼ା ଖର୍ଚ୍ଚ ଚାହିଁଥିଲେ। ତେବେ ତାଙ୍କ ବାପା ମାଆଙ୍କୁ ଭରଣପୋଷଣ ବାବଦରେ ଦେଇଥିବା ଅର୍ଥରୁ ପଢ଼ାଖର୍ଚ୍ଚ ବାବଦରେ ୪୩ ଲକ୍ଷ ଟଙ୍କା ଗ୍ରହଣ କରିବାକୁ ଝିଅ ମନା କରିଦେଇଥିଲେ। ଶିକ୍ଷାଗ୍ରହଣ କରିବା ଝିଅର ମୌଳିକ ଅଧିକାର ହୋଇଥିବାରୁ ଉଭୟ ମା’ ବାପା ତାହା ଯୋଗାଇବା ଆବଶ୍ୟକ ବୋଲି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଓ ଉଜ୍ଜଳ ଭୂୟଁାଙ୍କ ଖଣ୍ଡପୀଠ କହିଥିଲେ। ଗତବର୍ଷ ନଭେମ୍ବର ୨୮ରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ଚୁକ୍ତିନାମା ହୋଇଥିଲା, ଯେଉଁଥିରେ ଝିଅ ମଧ୍ୟ ସ୍ବାକ୍ଷର କରିଥିଲେ। ଉକ୍ତ ଚୁକ୍ତିନାମା ଅନୁଯାୟୀ ସ୍ବାମୀ ଜଣକ ସ୍ତ୍ରୀ ଓ ଝିଅଙ୍କୁ ମୋଟ ୭୩ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ, ଯେଉଁଥିରୁ ୪୩ ଲକ୍ଷ ଝିଅଙ୍କ ପାଠପଢ଼ାରେ ଖର୍ଚ୍ଚ ହେବ ଓ ଅବଶିଷ୍ଟ ମାଆ ପାଇବେ ବୋଲି ଉଲ୍ଲେଖ ଥିଲା।






More Stories
ବସ୍ ଦୁର୍ଘଟଣାଗ୍ରସ୍ତ: ୨୭ ମୃତ…..
ମମତା ବାନାର୍ଜୀଙ୍କ ବିରୋଧରେ ମାମଲା ରୁଜୁ…..
ନେପାଳ ବନ୍ୟା;ହେବ ଡିଏନଏ ପରୀକ୍ଷା…..