ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବଦାସ ହତ୍ୟା ଘଟଣାରେ ନୂଆମୋଡ। ନବଦାସ ହତ୍ୟାକାଣ୍ଡରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ଘଟଣାକୁ ନେଇ ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ଦେଇଛନ୍ତି ବଡ଼ ସୂଚନା। ସେ କହିଛନ୍ତି, ଏହା ଗୋଟିଏ ପ୍ରି ପ୍ଲାନିଂ ମର୍ଡର। ସେଦିନ ଗୋପାଳ ୩ଥର ବ୍ଲାଙ୍କ୍ ଫାୟାରିଂ କରିଥିଲେ। ବାଣ ଫୁଟିବା ଶଦ୍ଦ ହେବାରୁ ବ୍ଲାଙ୍କ ଫାୟାରିଂ କରିଥିଲେ। ଅନ୍ୟ କେହି ସ୍ନାଇପର ଦୂରରେ ଥାଇ ଗୁଳି କରିଥାଇପାରନ୍ତି। ନବଙ୍କ ସାର୍ଟ ମିଳି ନ ଥିବାରୁ ସନ୍ଦେହ ଦୃଢୀଭୂତ ହେଉଛି। ପୋଲିସ ଚାର୍ଜସିଟ୍ରେ ରକ୍ତଭିଜା ସାର୍ଟ ମିସିଂ ଥିବାରୁ ସନ୍ଦେହ ହେଉଛି। ଗୋପାଳଙ୍କ ଗୁଳିରେ ସୁଟ୍ ହୋଇନି। ଚାପରେ ପଡି ଗୋପାଳ ମାରିଥିବା କହିଛନ୍ତି। ଅନ୍ୟପଟେ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ନେଇ ଗୁରୁବାର ମୁହଁ ଖୋଲଥିଲେ ପୂର୍ବତନ ବିଧାୟିକା ଓ ନବଦାସଙ୍କ ଝିଅ ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଳ ଦାସ। ବାସଭବନରେ ବୁଧବାର ସାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦୀପାଳି କହିଛନ୍ତି, ବର୍ତ୍ତମାନ ଭାଜପା ସରକାରରେ ଥିବା କେତେକ ବିଧାୟକ ମୋତେ ଓ ଆମ ପରିବାରକୁ ବଦନାମ କରିବା ଭଳି ମନ୍ତବ୍ୟ ଦେଉଛନ୍ତି। ଏପରିକି କିଛି ଗଣମାଧ୍ୟମ ଆମ ପରିବାର ଏବଂ ମୋ ବିଷୟରେ ବାରମ୍ବାର ଖବର ମଧ୍ୟ ପ୍ରସାରଣ କରୁଛନ୍ତି। ଏପରିକି ଭାଜପା ସରକାରରେ ଥିବା ୨ ବିଧାୟକ ବାରମ୍ବାର ମୋ ବାପାଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ କରାଇବାରେ କାହିଁକି ଦୀପାଳି ଚୁପ ରହିଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି। ଏଣୁ ଆମ ପରିବାର ଏବଂ ମୋ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ମୋ ବାପା ତଥା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବେ କି ବୋଲି ପ୍ରଶ୍ନ କରିଛନ୍ତି। ଏହା ସହିତ ମୋର ଭାଇ ବିଶାଳ ଦାସଙ୍କୁ ବିନା ୱାରେଣ୍ଟ କିମ୍ବା ବିନା ଜୁଡ଼ିସିଆଲ ଆଦେଶରେ କାହିଁକି ଛତିଶଗଡ଼ରେ ପୋଲିସ ହାଜତରେ ରଖାଯାଇଥିଲା ତା’ର ଉତ୍ତର ମୋହନ ସରକାର ଦିଅନ୍ତୁ ବୋଲି ଦୀପାଳି କହିଛନ୍ତି।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..