ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଆବେଦନ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଛି। ଭାରତୀୟ ବିକାଶ ପରିଷଦର ଆବାହକ ସୁରେନ୍ଦ୍ର ପାଣିଗ୍ରାହୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ମମିତା ମେହେର ଭଳି ନବଙ୍କ ମାମଲାରେ ଘଟଣାରେ ହୋଇଥିବା କ୍ରାଇମବ୍ରାଞ୍ଚ ତଦନ୍ତ ସନ୍ତୋଷଜନକ ନଥିବା କହି ତାଙ୍କ ଆବେଦନରେ ଦର୍ଶାଇଥିଲେ । ତେଣୁ ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ କରାଯାଉ ବୋଲି ସୁରେନ୍ଦ୍ର ପାଣିଗ୍ରାହୀ କହିଛନ୍ତି। ରାଜନୈତିକ ଅଭିସନ୍ଧି ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ତେଣୁ ରାଜ୍ୟ ପୋଲିସ ଓ କ୍ରାଇମବ୍ରାଞ୍ଚ ତଦନ୍ତ ହେଲେ ତଦନ୍ତରେ ସ୍ବଚ୍ଛତା ରହିବ ନାହିଁ । ଯେହେତୁ ଏହା ଏକ ହାଇପ୍ରୋଫାଇଲ ହତ୍ୟାକାଣ୍ଡ, ସିବିଆଇ ହିଁ ତଦନ୍ତ କରିବା ଆବଶ୍ୟକ ବୋଲି ପାଣିଗ୍ରାହୀ ଦର୍ଶାଇଛନ୍ତି । ୨୦୨୩ ଜାନୁଆରୀ ୨୯ ତାରିଖରେ ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ପଶ୍ଚିମ ଓଡ଼ିଶାର ଟାଣୁଆ ତେନା ତଥା ପୂର୍ବତନ ସୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଘଟଣାସ୍ଥଳରେ ପହଞ୍ଚିବା ପରେ କାରରୁ ଓହ୍ଲାଇବା ସମୟରେ ନବଙ୍କୁ ଖୁବ ଧୁମଧାମରେ ସୱାଗତ କରାଯିବା ସହ ଫୁଲମାଳ ପିନ୍ଧାଇ ପାଛୋଟି ନେବା ସମୟରେ ଫୁଟିଥିଲା ଗୁଳି । ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଗୋପାଳ ଦାସ ସୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିଲେ । ଫଳରେ ଘଟଣାସ୍ଥଳରେ ଟଳିପଡିଥିଲେ ସୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତୁରନ୍ତ ପ୍ରଥମେ ଝାରସୁଗୁଡାର ନିକଟସ୍ଥ ହସ୍ପିଟାଲରେ ନବଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ଏକ ସୱତନ୍ତ୍ର ବିମାନରେ ଭୁବନେଶ୍ୱର ପହଞ୍ଚାଯାଇ ବିମାନବନ୍ଦରରୁ ଗ୍ରୀନ କରିଡର ମଧ୍ୟରେ ଆମୱୁଲାନ୍ସ ମାଧ୍ୟମରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
More Stories
ଅମିତ ଶାହଙ୍କ”ଗୁଣ୍ଡାରାଜ”,ଆପ୍ କର୍ମୀମାନଙ୍କୁ ଆକ୍ରମଣ….
ଭୋଟ୍ ଦେଲେ ରାଷ୍ଟ୍ରପତି,୯ ଟା ସୁଦ୍ଧା ୮.୧୦ ପ୍ରତିଶତ ମତଦାନ…..
ବସ୍ତି ଭିତରକୁ ପଶିଗଲା ମାଲଗାଡ଼ି ଟ୍ରେନ୍…..