ରିପୋର୍ଟ କାର୍ଡ / ଭୁବନେଶ୍ୱର
ଫେବୃୟାରୀ ପହିଲାରୁ ସାରା ରାଜ୍ୟରେ ପରିବହନ ବିଭାଗ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି। ଗାଡ଼ି ବୀମା ନଥିଲେ ଟୋଲ୍ଗେଟ୍ରେ ଜଣାପଡ଼ିବା ସହିତ ଉଲ୍ଲଂଘନକାରୀଙ୍କୁ ଧରାଯିବ। ସ୍ବୟଂକ୍ରିୟ ପ୍ରଣାଳୀରେ ଏହା ଧରାଯିବ। ଗାଡ଼ି ମାଲିକଙ୍କ ପାଖକୁ ଇ-ଚାଲାଣ ଯିବ। ଇ-ଡିଟେକସନ୍ ପ୍ରକ୍ରିୟାରେ ଏହା କାର୍ଯ୍ୟ ହେବ। ରାଜ୍ୟର ୨୨ଟି ଟୋଲ୍ଗେଟ୍ରେ ଏହା କାର୍ଯ୍ୟକାରୀ ହେବ। ପ୍ରଥମ ଧରାପଡ଼ିଲେ ୨ ହଜାର ଟଙ୍କା ଜରିମାନା ଅବା ୩ ମାସ ଜେଲ୍ ଦଣ୍ଡାଦେଶ କରାଯିବ। ସେହିପରି ଦ୍ବିତୀୟ ଥର ପାଇଁ ଧରାପଡ଼ିଲେ ୪ ହଜାର ଟଙ୍କା ଜରିମାନା ଅବା ୩ ମାସ ଜେଲ୍ ଦଣ୍ଡାଦେଶ କରାଯିବ। ଉଭୟ ଦଣ୍ଡାଦେଶ ଏକା ସହିତ ମଧ୍ୟ କାର୍ଯ୍ୟକାରୀ କରାଯାଇ ପାରେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଟୋଲ୍ଗେଟ୍ରେ ପରମିଟ୍, ଫିଟନେସ୍ ଏବଂ ଟିକସ ଧରା ଯାଉଥିଲା। ଏବେ ସେଥିରେ ବୀମାକୁ ଯୋଡ଼ା ଯାଇଛି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..