ରିପୋର୍ଟ କାର୍ଡ / ଭୁବନେଶ୍ବର
୨୪ରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ। ଆଜି ଏ ନେଇ ସୂଚନା ଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ। ଏହା ପ୍ରାୟ ଦେଢରୁ ଦୁଇ ମାସ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ମନ୍ତ୍ରୀ। ହିତାଧିକାରୀ ମାନେ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବାସ ସଂଖ୍ୟା ଦୁଇରୁ ତିନି କୋଟିକୁ ବଢିଛି । ଓଡିଶାକୁ ଅଧିକ ମିଳିବା ନେଇ ଆଶା ରଖାଯାଇଛି। କେନ୍ଦ୍ର ସରକାର ନିୟମାବଳୀକୁ କିଛି ମାତ୍ରାରେ କୋହଳ କରିଛନ୍ତି। ବାଇକ୍ , ଫ୍ରିଜ୍ ଥିଲେ ମଧ୍ୟ ଆବେଦନ କରିପାରିବେ । ବାପାଙ୍କଠୁ ଭିନ୍ନ ହୋଇଥିବା ପୁଅ, ସ୍ଵାମୀଙ୍କଠାରୁ ଅଲଗା ରହୁଥିବା ମହିଳାମାନେ ମଧ୍ୟ ଆବେଦନ କରିପାରିବେ। ଆହୁରି ମଧ୍ୟ ସେ କହିଛନ୍ତି ବିଜୁ ପକ୍କା ଘର ଆଉ ନାହିଁ। ବିଜୁ ପକ୍କା ଘରର ଛାପା କେବଳ ଘର ଆଗରେ ରହିଛି, ଖୁବ୍ ଶୀଘ୍ର ଲୋକମାନେ ତାକୁ ହଟାଇବେ ।






More Stories
୨୩ ରୁ ହାଇକୋର୍ଟ ବନ୍ଦ…..
ମୁଖ୍ୟମନ୍ତ୍ରୀ ଜାରି କଲେ ୮ସୂତ୍ରୀ ମାର୍ଗଦର୍ଶିକା…..
ବେଆଇନ ନିଯୁକ୍ତି ନେଇ ତାଗିଦ…..