ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ କୁ ଦଣ୍ଡାଦେଶ ଶୁଣାଇଲେ ସିଆଲଦା କୋର୍ଟ | କୋର୍ଟ ଆଜି ସଂଜୟକୁ ୫୦ ହଜାର ଟଙ୍କାର ଜୋରିମାନା ସହିତ ଆଜୀବନ ଜେଲ ଦଣ୍ତରେ ଦଣ୍ଡିତ କରିଛନ୍ତି | ଜାନୁଆରୀ ୧୮ରେ ସିଆଲଦାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସିଆଲଦାହର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ଙ୍କ କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରିଥିଲେ। ସଞ୍ଜୟ ଏବେ ତଳ କୋର୍ଟଙ୍କ ରାୟକୁ ହାଇକୋର୍ଟ ଓ ଦରକାର ପଡ଼ିଲେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ। ସେହିପରି ସିବିଆଇ ମଧ୍ୟ ସଞ୍ଜୟକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ଉପରକୁ କୋର୍ଟକୁ ଯାଇପାରେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..