ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନ୍ୟାୟ ଓ ସାମ୍ୟତା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଧଳା ଟି-ସାର୍ଟ’ ଅଭିଯାନ ଆରମ୍ଭ କରିଛନ୍ତି। ନରେନ୍ଦ୍ର ମୋଦୀଙ୍କ ସରକାର ଗରିବ ଓ ଶ୍ରମଜୀବୀଙ୍କୁ ଉପେକ୍ଷା କରୁଥିବା ଅଭିଯୋଗ ଆଣି ଯୁବ କର୍ମଜୀବୀମାନେ ତାଙ୍କ ଅଭିଯାନରେ ସାମିଲ ହେବାକୁ ରାହୁଲ ଆହ୍ବାନ ଜଣାଇଛନ୍ତି। ଦେଶର ସବୁ ବର୍ଗର ନାଗରିକଙ୍କୁ ଅର୍ଥନୈତିକ ନ୍ୟାୟ ଓ ସମାନତା ପ୍ରଦାନରେ ସରକାର ବ୍ୟର୍ଥ ହୋଇଛନ୍ତି; ତେଣୁ ଦେଶରେ ଆର୍ଥିକ ବୈଷମ୍ୟ ବୃଦ୍ଧିପାଇଚାଲିଛି ବୋଲି ଦର୍ଶାଇଛନ୍ତି ରାହୁଲ। ଏହାର ପ୍ରତିବାଦ ସହ ସବୁ ପ୍ରକାର ସାମାଜିକ ବୈଷମ୍ୟ ଦୂର ଓ ସାମ୍ୟତା ସ୍ଥାପନ, ସମାଜରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦାବିରେ ସେ ‘ହ୍ବାଇଟ୍ ଟି-ସାର୍ଟ’ ବା ଧଳା ଟି-ସାର୍ଟ ଅଭିଯାନ ଆରମ୍ଭ କରିଛନ୍ତି। ସର୍ବଦା ଧଳା ଟି-ସାର୍ଟ ପରିଧାନ କରୁଥିବା ରାହୁଲ କହିଛନ୍ତି ଯେ ଧଳା ହେଉଛି ଶାନ୍ତିର ପ୍ରତୀକ। ଧଳା ଟି-ସାର୍ଟ କେବଳ ଏକ ସାଧାରଣ କପଡ଼ା ନୁହେଁ; ଏହା କଂଗ୍ରେସର ୫ ଆଦର୍ଶ- ଦୟା, ଏକତା, ଅହିଂସା, ସାମ୍ୟତା ଓ ପ୍ରଗତିର ପ୍ରତୀକ। ଦୀର୍ଘ ୮ହଜାର ବର୍ଷ ପୁରୁଣା ସଭ୍ୟତାରେ ଏହାର ମୂଲ୍ୟବୋଧ ରହିଆସିଛି। ଏହାକୁ ସମସ୍ତେ ଅନୁସରଣ କରିବା ଉଚିତ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..