ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ପରେ ପୁରୀ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ମାରିଛି ପୁରୀ ପୋଲିସ। ଏପରିକି ମନ୍ଦିର ପରିସରରେ ମୋବାଇଲ ଫୋନ୍ ମଧ୍ୟ ନିଷେଧ କରାଯାଇଛି। ନିୟମ ଉଲଂଘନକାରୀଙ୍କୁ ଦଣ୍ଡିତ କରାଯିବା ନେଇ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ସୂଚନା ମୂତାବକ ଜାନୁଆରୀ ୧୯ ତାରିଖରେ ଶ୍ରୀମନ୍ଦିରର ଗର୍ଭଗୃହର ସମ୍ବେଦନଶୀଳ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିବା ଦେଖିବାକୁ ମିଳିଥିଲା । ବୃନ୍ଦାବନର ଜଣେ ବ୍ୟକ୍ତି ବାଙ୍କ ବିହାରୀ ଅନନ୍ତ ଇନଷ୍ଟାଗ୍ରାମ ଓ ଫେସବୁକ୍ରେ ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ପ୍ରଘଟ କରିଥିଲେ। ଭାଇରାଲ ଭିଡିଓରେ ରତ୍ନ ସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବସ୍ଥାନ ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିଲା। ଯାହାକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ବର୍ତ୍ତମାନ ପୋଲିସ ଏ ନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।






More Stories
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..