ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ପରିଚାଳନା ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ଦଳର ନିର୍ବାଚନ ଅଧିକାରୀ ଭାବେ ସୋମବାର ନିଯୁକ୍ତି ଦେଇଛନ୍ତି। ବିଜେଡିର ମେମ୍ବରଶିପ୍ ଡ୍ରାଇଭ କାର୍ଯ୍ୟକ୍ରମ ସରିଥିବାବେଳେ ଖୁବ୍ଶୀଘ୍ର ଦଳ ପକ୍ଷରୁ ୩୦ ଜିଲାର ସଭାପତି ଚୟନ ପ୍ରକ୍ରିୟା ସରିବ। ଏହାପରେ ଦଳର ସଭାପତି ବଛାଯିବେ। ପୁନର୍ବାର ନବୀନଙ୍କୁ ଦଳ ସଭାପତି କରିବ ବୋଲି ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି। ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦଳୀୟ ସମ୍ବିଧାନର ଯେଉଁ ଧାରାର ପ୍ରାବଧାନକୁ ଉପଯୋଗ କରି ରିଟର୍ନିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି ତାହା ବିଜେଡିରେ ସବୁକିଛି ଠିକ ନାହିଁ ଓ ପରଦା ପଛରେ ରହି ବିଜେଡିର ଅଘୋଷିତ ସର୍ବେସର୍ବା କାର୍ତ୍ତିକ ପାଣ୍ଡିଆନ ହିଁ ଏସବୁ କରିଥିବା କୁହାଯାଉଛି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……