ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆରଜି କର ମେଡିକାଲ କଲେଜ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ କୋର୍ଟଙ୍କ ଫଇସଲାକୁ ନେଇ ପଶ୍ଚିମବଙ୍ଗ ସରକାର ଅସନ୍ତୋଷଥିଲେ। ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଞ୍ଜୟ ରାୟଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡାଦେଶ ବିରୋଧରେ ପଶ୍ଚିମବଙ୍ଗ ସରକାର ଆବେଦନ କରିଥିଲେ। ହେଲେ ତାଙ୍କର ସେହି ଆବେଦନକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ବିରୋଧ କରିଛି। ସିବିଆଇ କୋଲକାତା ହାଇକୋର୍ଟଙ୍କୁ କହିଛି ଯେ ‘‘କେବଳ ପ୍ରସିକ୍ୟୁଟିଂ ଏଜେନ୍ସି ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିପାରିବ। ରାଜ୍ୟ ଏହି ମାମଲାରେ ଆବେଦନ ଦାଖଲ କରିପାରିବ ନାହିଁ କାରଣ ଏହି ମାମଲା ସିବିଆଇ ଦ୍ୱାରା ତଦନ୍ତ କରାଯାଇ ସାରିଛି।’’ ବିଚାରପତି ଦେବାଂଶୁ ବାସକ ଏବଂ ଏମଡି ଶବର ରଶିଦିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଶୁଣାଣି ସମୟରେ ଏହା କହିଛନ୍ତି ଯେ କେବଳ ପ୍ରସିକ୍ୟୁଟିଂ ଏଜେନ୍ସିର ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିବାର ଅଧିକାର ରହିଛି।’’ ତଦନ୍ତ ସଂସ୍ଥା ଦାବି କରିଛି ଯେହେତୁ ଏହି ମାମଲାର ତଦନ୍ତ ସେମାନଙ୍କ ଦ୍ୱାରା କରାଯାଇଥିଲା, ତେଣୁ ରାଜ୍ୟ ସରକାରଙ୍କ ପାଖରେ ଏହି ମାମଲାରେ ଆବେଦନ କରିବାର ଅଧିକାର ନାହିଁ। ପୂର୍ବରୁ କୋର୍ଟଙ୍କ ଶୁଣାଣୀ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା କହିଛନ୍ତି ଯଦି ମାମଲାର ତଦନ୍ତ କୋଲକାତା ପୁଲିସ କରିଥାନ୍ତା ହୁଏତ ଦୋଷୀକୁ ଫାଶୀଦଣ୍ଡ ମିଳିଥାନ୍ତା । ଏଥିସହ ଟିଏମସି ମୁଖ୍ୟ କହିଛନ୍ତି ପ୍ରଥମ ଦିନରୁ ହିଁ ଆମେ ଦୋଷୀକୁ ଫାଶୀଦଣ୍ଡ ମିଳୁ ବୋଲି ଦାବି କରିଥିଲୁ କିନ୍ତୁ ସିବିଆଇର ତଦନ୍ତ ସନ୍ତୋଷଜନକ ନଥିଲା ଓ ଆଜି ଦୋଷୀକୁ ଫାଶୀଦଣ୍ଡ ଜାଗାରେ ଆଜୀବନ କାରାଦଣ୍ଡ ମିଳିଛି।






More Stories
ଖଡଗେ-ନଡ୍ଡା ମୁହାଁମୁହିଁ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..